ରାଧାକୃଷ୍ଣ ବଜାରରେ ୧୫ତମ ଗଣେଶ ପୂଜା ଅବସରରେ ଅନ୍ନ ସଂଖୁଡି ଭୋଗ ଲାଗି
ଢେଙ୍କାନାଳ, ୧/୯: ଢେଙ୍କାନାଳ ସହର ରାଧାକୃଷ୍ଣ ବଜାର ଠାରେ ୧୫ ତମ ଗଣେଶ ପୂଜା ପାଳନ ଅବସରରେ ଅନ୍ନ ସଂଖୁଡି ଭୋଗ ଲାଗି କରାଯାଇଛି। ସ୍ଥାନୀୟ ଦୋଳମଣ୍ଡପ ମେଳନ ପଡିଆ ଠାରେ ପୂଜାର ଷଷ୍ଠ ଦିବସରେ ଏକ ହଜାରରୁ ଉର୍ଦ୍ଧ୍ଵ ପ୍ରସାଦସେବନ କରିଥିଲେ । ରାଇସ୍, ଡାଲ୍ମା, ଆମ୍ବୁଲ ଖଟା, ପରିବାଛଣା ଓ କ୍ଷୀରି ଇତ୍ୟାଦି ଭକ୍ତ ମାନେ ମହା ଆନନ୍ଦରେ ପ୍ରସାଦ ପାଇଥିଲେ । ପୂଜକ ଘନଶ୍ୟାମ ଶର୍ମା ଓ କର୍ତା ଗୋବିନ୍ଦ ଷଣ୍ଢ ସମସ୍ତ ପୂଜାକାର୍ଯ୍ୟକୁ ସମ୍ପାଦନ କରିଥିଲେ। ସଭାପତି ସଂଗ୍ରାମ ବେହେରା, ସଂପାଦକ ମାନସ ବାରିକ, ଉପଦେଷ୍ଟା ବିଶ୍ଵରଞ୍ଜନ ଓଝା, ସମୀର ବେହେରା ଓ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପୂଜାକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।



