ଦଧିବାମନଜୀଉ ମଠ ପରିସରରେ ଶ୍ରୀମଦ୍ ଭାଗବତ ଜନ୍ମୋତ୍ସବ ପାଳନ

ଢେଙ୍କାନାଳ, ୭/୯: ସ୍ଥାନୀୟ ଦଧିବାମନଜୀଉ ମଠ ପରିସରରେ ଶ୍ରୀମଦ୍ ଭାଗବତ ପରିଷଦର ସଦସ୍ୟମାନଙ୍କ ଦ୍ବାରା ଶ୍ରୀମଦ୍ ଭାଗବତ ଜନ୍ମ ବିଧି ପୂର୍ବକ ପାଳିତ ହୋଇଛି । ଚୈତନ୍ୟ ମହାପ୍ରଭୁଙ୍କ ପାଦପଦ୍ମ ଭାଗବତ ମହାପୁରାଣ, ଅନ୍ୟାନ୍ୟ ପୂଜା ବୈଷ୍ଣବମାନଙ୍କୁ ଯଥାବିଧ ଆରାଧନା, ପୂଜା ଓ ହୋମାଦି କାର୍ଯ୍ୟକ୍ରମ, ନାମସଂକୀର୍ତନ କରାଯାଇ ଏକ ଭକ୍ତିମୟ ପରିବେଶରେ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାଗବତ ଗାଦି ପୂଜକ ଅଖିଳ ତ୍ରିପାଠୀ ଓ କୁନା ଶତପଥୀ ପୂଜା କାର୍ଯ୍ୟ ସଂପାଦନ କରିଥିଲେ । ସର୍ବଶ୍ରୀ ଦାମୋଦର ସାହୁ, ବିରଞ୍ଚି ପଟ୍ଟନାୟକ, ନୃସିଂହ ଚରଣ ପାଣି, ପ୍ରସନ୍ନ ସାହୁ, ନିତ୍ୟାନନ୍ଦ ପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ଭାଗବତ ଜନ୍ମ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିବା ପରିଷଦ କର୍ମକର୍ତା ଗୁଣନିଧି ପାତ୍ର ଜଣାଇଛନ୍ତି ।



