Spread the love

ଡ଼ ସୁରେଶ୍ଵରୀ ଜେନା 2020 ମସିହା ଫେବୃଆରୀ ମାସ 2 ତାରିଖ ଦିନ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଆରମ୍ଭ ହୋଇଥିଲା, ସେତେବେଳେ ମାତ୍ର 7 ଜଣ ସଦସ୍ୟ ଙ୍କୁ ନେଇ ଗଠିତ ହୋଇଥିବା ଟ୍ରଷ୍ଟ ରେ ଏବେ ପର୍ଯ୍ୟନ୍ତ 250 ରୂ ଅଧିକ ସଦସ୍ୟ ରହିଛନ୍ତି, ଟ୍ରଷ୍ଟ ତରଫରୁ ଅନେକ ସେବା ସହଯୋଗ କରାଯାଇଥିବା ବେଳେ ବିଶେଷ କରି କରୋନା ସମୟରେ ରାଜ୍ୟର 116 ଗ୍ରାମରେ ରାସନ ବଣ୍ଟନ, 5000 ରୂ ଉର୍ଧ୍ଵ ଛାତ୍ରଛାତ୍ରୀ ଙ୍କୁ ପାଠ୍ୟଉପକରଣ ସହିତ ବ୍ୟାଗ ବଣ୍ଟନ, 25 ଟି ଚକ୍ଷୁଚିକିତ୍ସା ଶିବିର, 2 ଟି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର, 5 ଜଣ ଅସହାୟ ଦିବ୍ୟାଙ୍ଗ କୁ ଆତ୍ମନିର୍ଭର କରାଇବା ପାଇଁ ରାସନ ଦୋକାନ କରାଇବା ସହିତ ଆର୍ଥିକ ଅସୁବିଧା ରେ ଥିବା ରୋଗୀଙ୍କୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ, ଶୁଦ୍ଧିକ୍ରିୟା ନିମନ୍ତେ ଅସମର୍ଥ ଥିବା 14 ଟି ପରିବାରକୁ ସହାୟତା ପ୍ରଦାନ, ଶୀତଦିନେ ପ୍ରାୟ 15000 ରୂ ଉର୍ଧ୍ଵ ପରିବାରକୁ କମ୍ବଳ ବଣ୍ଟନ ସହିତ 10000 ପରିବାରକୁ ମଶାରୀ ବଣ୍ଟନ କରାଯାଇଛି, ଏହା ସହିତ ବିଗତ 2 ବର୍ଷ ହେବ ଲଗାତାର ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ଉପଲକ୍ଷେ 20000 ଭକ୍ତ ଙ୍କୁ ରାନ୍ଧଖାଦ୍ୟ ବଣ୍ଟନ ସହିତ ଘଟଗାଁ ରେ 3 ବର୍ଷ ହେବ ରନ୍ଧାଖାଦ୍ୟ ସହିତ ମୃଦୁପାନୀୟ ସହିତ ପଣା ବଣ୍ଟନ କରାଯାଇଛି, ଏହାସହିତ ବୃକ୍ଷରୋପଣ, ରକ୍ତଦାନ ଭଳି ମହତ କାର୍ଯ୍ୟକ୍ରମ କରାଯାଇଛି।ବର୍ତ୍ତମାନ ସେ ବିଭିନ୍ନ ବଲିଉଡ୍ କଳାକାରଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ଓ ପ୍ରଭାତୀ ପଣ୍ଡା ନାମକ ଜଣେ ବୃଦ୍ଧା ବାଲେଶ୍ଵରର ତାଙ୍କୁ 1 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।ଢେଙ୍କାନାଳରେ ମଧ୍ୟ ସେ ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରି ସୁନାମ ଅର୍ଜନ କରିଛନ୍ତି।

Leave a Reply

Your email address will not be published. Required fields are marked *