ନୂଆଗଡ ହାଇସ୍କୁଲ ରେ ମାଁ ଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ
ଭଟଲି (ଅଭିମନ୍ୟୁ ପଧାନ):- ଭଟଲି ବ୍ଲକ ଅନ୍ତର୍ଗତ ନୂଆଗଡ ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟ ରେ ଉଦ୍ୟାନ କୃଷି ବିଭାଗ ବରଗଡ଼ ତରଫରୁ ମାଁ ଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପ୍ରଧାନ ଶିକ୍ଷକ ପରଦେଶୀ ବୁଦ୍ଧିଆଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଉଦ୍ୟାନ କୃଷି ଅଧିକାରୀ ଭାବେଶ କୁମାର ଦଳେଇ ମୂଖ୍ୟ ଅତିଥି,ଉଦ୍ୟାନ କୃଷି ସମ୍ପ୍ରସାରଣ ଅଧକାରୀ ଅଙ୍କିତା ଦାସ ଶର୍ମା,ଅବସରପ୍ରାପ୍ତ ଶିକ୍ଷକ ଶ୍ରୀବତ୍ସ ପାଣିଗ୍ରାହୀ,ସମାଜ ସେବୀ ମନବୋଧ ସହୁ,ବିଦ୍ୟାଳୟ ଆଲୁମ୍ନି ସଦସ୍ୟ ଅଶୋକ କୁମାର ସହୁ ଓ ଅଶ୍ଵିନୀ କୁମାର ସହୁ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ପରିବେଶ ସୁରକ୍ଷା ଓ ପାରିସ୍ଥିତିକ ସନ୍ତୁଳନ ପାଇଁ ବ୍ୟାପକ ବୃକ୍ଷ ରୋପଣ ର ଆବଶ୍ୟକତା ସହ ବିଶେଷ କରି ଫଳ ଗଛ ରୋପଣ ଏବଂ ତାର ଯତ୍ନ ଉପର ଅତିରିକ୍ତ ଉଦ୍ୟାନ କୃଷି ଅଧିକାରୀ ଭାବେଶ୍ କୁମାର ଦଳେଇ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ।ଏହି ଅବସରରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ଲେମ୍ବୁ ଚରା ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ ଆଯୋଜନରେ ଶିକ୍ଷକ ଗଜାନନ ବେହେରା, ଆନନ୍ଦ ସହୁ, ରାଜେଶ ପଟେଲ, ଶିକ୍ଷୟିତ୍ରୀ ସୁମିତ୍ରା ପଟେଲ, ଡ଼ଲି ସରାଫ ଓ ଜୁଲି ସରାଫ ସହଯୋଗ କରିଥିଲେ।



