ମହିଳା କମିଶନରଙ୍କ ଅନୁଗୋଳ ଗସ୍ତ

ଅନୁଗୋଳ,ତା. ୧୦. ୦୯:- ଓଡିଶା ସରକାରଙ୍କ ମହିଳା କମିଶନର ସଦସ୍ୟା ପ୍ରତିଭା ଶତପଥୀ ଓ ନିରିକ୍ଷକ ସସ୍ମିତା ଦାସ ଏକ ଦିନିକିଆ ଅନୁଗୋଳ ଗସ୍ତରେ ଆସି ଜିଲ୍ଲାରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ବୁଲି ଅନ୍ତେବାସୀମାନଙ୍କ ସହ ବାର୍ତାଳାପ କରି ତାଙ୍କର ସୁବିଧା ଓ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ସମସ୍ତ ନଥିପତ୍ର ଅନୁଧ୍ୟାନ କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ କିଭଳି ସେମାନେ ପାଇ ପାରିବେ ତାହା କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ଆଦେଶ ଦେଇଥିଲେ ।

ପୂର୍ବାହ୍ନରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସଖି ସେଣ୍ଟର ପରିଦର୍ଶନ କରିଥିଲେ । ପରେ ପରେ ଅନୁଗୋଳ ଜିଲ୍ଲା କାରାଗାରକୁ ପରିଦର୍ଶନ କରି ମହିଳା ଅନ୍ତେବାସୀମାନେ କିପରି ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହେବା ନିମନ୍ତେ ପରାମର୍ଶ ଦେଇଥିଲେ । ଅପରାହ୍ନରେ ଦୁଇଟି ଶକ୍ତି ସଦନ ପରିଦର୍ଶନ କରି ହିତାଧିକାରୀମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିରୁପମା ପାଣି, ଘରୋଇ ହିଂସାର ସୁରକ୍ଷା ଅଧିକାରିଣୀ ଦ୍ରୌପଦି ମାରାଣ୍ଡିଙ୍କ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)


