ସ୍ଵପ୍ନେଶ୍ୱର କଲା ପରିଷଦର ବାର୍ଷିକୋତ୍ସବ ସହ ନୂଆଁ ଖାଇ ଭେଟଘାଟ ପାଳିତ

କୁଚିଣ୍ଡା :୧୪/୯: କୁଚିଣ୍ଡା ବ୍ଲକ କିରାସାସନ ସ୍ଥିତ ମହାଦେବ ମନ୍ଦିର ପରିସରରେ ସ୍ଵପ୍ନେଶ୍ୱର କଳା ପରିଷଦ ର ତୃତୀୟ ବାର୍ଷିକୋତ୍ସବ ଓ ନୂଆଁ ଖାଇ ଭେଟ ଘାଟ ଉତ୍ସବ ଦିବସ ବ୍ୟାପୀ ପାଳିତ ହୋଇ ଯାଇଛି । ସଭାପତି ଅରୁଣ ପଟେଲଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଓ ବିଶିଷ୍ଟ ପରିବେଶ ବିତ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନୂଆଁ ଖାଇ ଭାଇ ଚାରା ର ଉତ୍ସବ ହୋଇ ଥିବାବେଳେ କୃଷକ ସମାଜ ଓ ଗ୍ରାମବାସୀ ନିଜ ଭିତରେ ଏକତା ବଜାୟ ରଖିବାକୁ ଆହ୍ବାନ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ଶିକ୍ଷକ ପ୍ରତାପ ପୁରୋହିତ ମୁଖ୍ୟ ବକ୍ତା , ଅଧ୍ୟାପକ କୃଷ୍ଣ ଚନ୍ଦ୍ର ପୁଝାରୀ , ଅବସର ପ୍ରାପ୍ତ ଖେଳ ଶିକ୍ଷକ ପ୍ରବୀଣ ପଟେଲ ଓ ହିମାଂଶୁ ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ଏହି ଅବସରରେ କରମସାନି ଗ୍ରୁପ ର ବିଶିଷ୍ଟ ଲୋକ କଳାକାର ବାସୁଦେବ ସୁନାନୀ ଙ୍କୁ ମାନପତ୍ର ଓ ଅର୍ଥରାଶି ଦେଇ ମୁଖ୍ୟ ଅତିଥି ଶ୍ରୀ ନାୟକ ସମ୍ମାନିତ କରିଥିଲେ । ସମ୍ପାଦକ ସୌକିତ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ନିଲାଞ୍ଚଲ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ।ପୂର୍ବାହ୍ନରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାକୁ ପଞ୍ଚାୟତ ରାଜ ମନ୍ତ୍ରୀ ଙ୍କ ପ୍ରତିନିଧି ସୁଶିଲ କର , କୁଟୁରାଚୂଆଁ ସରପଞ୍ଚ ପଦ୍ମାବତୀ ପ୍ରଧାନ ଓ କୁଡ଼ାପ ଡ଼ା ର ନାଏବ ସରପଞ୍ଚ ଲମ୍ବୋଦର କୁମୁରା ଉପସ୍ଥିତ ରହି ଉଦଘାଟନ କରିଥିଲେ । ବିଶିଷ୍ଟ ନାଟ୍ୟ ଗୁରୁ ଦୁର୍ଗା ଶଙ୍କର ପଟ୍ଟନାୟକ ବିଚାରକ ର କାର୍ଯ୍ୟ ତୁଲାଇଥିଲେ ।ଉଦଯାପନ ଉତ୍ସବରେ କୃତି ପ୍ରତିଯୋଗୀ ଙ୍କୁ ଟ୍ରଫି ଓ ଅର୍ଥରାଶି ଦେଇ ଅତିଥି ଗଣ ପୁରସ୍କୃତ କରିଥିଲେ ।ଶେଷରେ ଅରୁଣ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।



