କାଙ୍କଡପାଳ ନୂଆ ସାହି ବଜରଙ୍ଗ କ୍ଲବ୍ ଗଣେଶ ପୂଜା ଭସାଣୀ ଉତ୍ସବ ପାଳିତ

ଢେଙ୍କାନାଳ, ୧୬/୯: ଢେଙ୍କାନାଳ କାଙ୍କଡପାଳ ନୂଆ ସାହି ବଜରଙ୍ଗ କ୍ଲବ୍ ୪୬ତମ ଗଣେଶ ପୂଜା ୨୭ତାରିଖ ଠାରୁ ଆରମ୍ଭ ହୋଇ ଗତକାଲି ସୋମବାର ବିସର୍ଜନ ହୋଇଥିବାବେଳେ ଆଜି ମଙ୍ଗଳବାର ଭସାଣୀ ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଅଛି। ଶ୍ରୀନିବାସ ବ୍ୟାଣ୍ଡ ପାର୍ଟି ଓ ଘଂଟବାବ୍ୟ ଦ୍ବାରା ଭସାଣୀ ଉତ୍ସବକୁ ଧୂମ୍ଧାମ୍ରେ ପାଳନ କରାଯାଇଥିଲା । ଗ୍ରାମର ଯୁବକ ତଥା ବରିଷ୍ଠ ବ୍ୟକ୍ତିମାନେ ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ। ପ୍ରତ୍ୟେକଦିନ ନୀତି କାର୍ତ୍ତି ରେ ପୂଜା ଅର୍ଚ୍ଚନା କରାଯାଉଥିବାବେଳେ ସନ୍ତୋଷ ଭାଇନା ପୂଜା ଅର୍ଜନା କରିଥିଲେ । କର୍ତା ପ୍ରତାପ ସାସମଲ୍, ସଦସ୍ୟ ମନୋଜ କୁମାର ସାହୁ, ବିକ୍ରମ ପରିଡ଼ା, ଦିଲୀପ କୁମାର ପଣ୍ଡା, ହେମନ୍ତ ସାହୁ, ବୁଡୁ ସାସମଲ, ସୂଜିଆ, ବିଭୂତି ସିଲୁ, ଅଜୁ, ମନୁଆ, ବାପି, ଆକାଶ, ଚନ୍ଦନ, ଲିପୁ, ଜାଗା ହାଲୁଆ, ତପୁ, ଲିପୁ, ରାଜା, ଚିକୁ, କାଳିଆ, ଯାଯୁଲ, ଶଙ୍କର, ଗୁଡ଼ୁ, ହିମା, ସୁଧାଂଶୁ, ପାଳି, ଲକ୍ଷ୍ମଣ, ଚନ୍ଦୁ ଓ କାଙ୍କଡପାଳ ନୂଆ ସାହି ବଜରଙ୍ଗ କ୍ଲବ୍ର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଗଣେଶ ପୂଜା ପାଳନ କରାଯାଇଛି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-19-scaled.jpg)


