ଶୂନ ଦୁର୍ଘଟଣାପକ୍ଷ ପାଳନ ବୋଧେ ପ୍ରହସନ,ବେପାରୁଆ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଚାଳକ ମୃତ
କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କର କମଳରେ ଶୁଭାରମ୍ଭ ହୋଇଥିଲା ଶୂନ ଦୁର୍ଘଟଣା ପକ୍ଷ, ଯାହା ଏକ ପ୍ରହସନ ମନେହୁଏ, କାହିଁକି ନା ଆଞ୍ଚଳିକ ପ୍ରଶାସନ ଅଧିକାରୀ ଯେମିତିକି ପାଲଟି ଯାଇଛନ୍ତି ନିଦାବିଷ୍ଣୁ, ଏପଟେ ପ୍ରଶାଶନ ଦ୍ୱାରା ଶୂନ ଦୁର୍ଘଟଣା ପକ୍ଷ ପାଳନ କରାଯାଉଛି ଯାହାକୁ ଗତ ୧୩ ତାରିଖ ଦିନ ଖୋଦ୍ ମୂଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ। ଯାହା ପାଇଁ ୧୩ ବ୍ଲକ ରେ ୧୩ଟି ସଚେତନତା ରଥ ମଧ୍ୟ ବୁଲୁଚି ଏପଟେ ଦୁର୍ଘଟଣା ପରେ ଦୁର୍ଘଟଣା ଘଟି ଚାଲିଛି। ପନ୍ଦର ତାରିଖ ରାତି ପ୍ରାୟ ଗୋଟାଏ ସମୟରେ ଏକ ୧୬ ଚକିଆ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିବା ଦ୍ୱାରା ଗାଡିର ଚାଳକ ଗୁରୁଦେବ ଗାଡିରେ ଯାକି ହୋଇ ମୃତ୍ୟୁବରଣ କରିଥିବା ନେଇ ସୂଚନା ଓ ଶୁଚନା ପାଇ ଝୁମ୍ପୁରା ପୋଲିସ ଓ ଅଗ୍ନିସମ ବାହିନୀ ପହଞ୍ଚି ହାଇଡ୍ରା ସାହାଯ୍ୟରେ ଗାଡିକୁ ଉଦ୍ଧାର କରିବା ସହ ମୃତ ଡ୍ରାଇଭର ଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଥିବା ନେଇ ସୂଚନା, କିନ୍ତୁ ଏଇଠି ପ୍ରଶ୍ନ ଉଠେ ଯଦି ମୁଖ୍ୟମନ୍ତ୍ରୀ ଙ୍କ ନିଜସ୍ଵ ଜିଲ୍ଲାରେ ଏପରି ସ୍ଥିତି କି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୂନ ଦୁର୍ଘଟଣା ପକ୍ଷ ପାଳନ ପାଇଁ ନିଜ ଜିଲ୍ଲାରେ ଏହାର ଶୁଭାରମ୍ଭ କରିଥିବା ବେଳେ ଆଞ୍ଚଳିକ ପ୍ରଶାସନିକ ଅଧିକାରୀ ଏହାକୁ ପାଳନ କରିବାରେ ଅସମର୍ଥ ପ୍ରାୟ ମନେହୁଏ, ଯଦି ମୁଖ୍ୟମନ୍ତ୍ରୀ ଙ୍କ ନିଜସ୍ଵ ଜିଲ୍ଲାରେ ଏହା ପାଳନ ରେ ବ୍ୟତିକ୍ରମ ତେବେ ସାରା ରାଜ୍ୟରେ କଣ ପରିସ୍ଥିତି ହେବ ଏହା ସହଜେ ଅନୁମେୟ, ମୁଖ୍ୟମନ୍ତ୍ରୀଙ୍କ ସାରଳତା ବୋଧହୁଏ ଏଥିପାଇଁ ଏକ ପ୍ରକାର ଦାୟୀ, ଯାହାକି ଅଧିକାରୀ ମାନେ ତାଙ୍କ କଥା ଓ କାର୍ଯ୍ୟକୁ ଗୁରୁତ୍ୱ ର ସହ ଗ୍ରହଣ କରିବାରେ ଅସମର୍ଥ। ଶ୍ରୀ ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ ପରେ ଏହିଭଳି ଅନେକ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଯାଉଛି, ଯାହା ଅନୁମାନ କରାଯାଏ କି ଆଞ୍ଚଳିକ ପ୍ରଶାସନ କୁ ହାତ ବାରିସ କରି ତାଙ୍କୁ ଅଣଦେଖା କରି ତାଙ୍କ ନିଜସ୍ଵ ଜିଲ୍ଲାରେ ବଦନାମ୍ କରିବାକୁ ଏକ କୁ ଚକ୍ରି ଗୋଷ୍ଟି ପ୍ରୟାସ ଆରମ୍ଭ କରିଛି, କାହିକିଁନା ତାଙ୍କରି ଜିଲ୍ଲା ଓ ତାଙ୍କରି ସମ୍ପ୍ରଦାୟର ଲୋକଙ୍କୁ ଦୁର୍ଦ୍ଦଶା ଭୋଗ କରିବାକୁ ପଡୁଛି। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



