ପୂର୍ତ ବିଭାଗ ଠିକାଦର ସଂଘ ପକ୍ଷରୁ ବିଶ୍ବକର୍ମା ପୂଜା
ଢେଙ୍କାନାଳ, ୧୭/୯ : ଢ଼େଙ୍କାନାଳ ପୂର୍ତବିଭାଗ ଠିକାଦାର ସଂଘ ପକ୍ଷରୁ ବିଶ୍ଵକର୍ମା ପୂଜା ପାଳିତ ହୋଇଯାଇଛି । କଳସ ପୂଜା, ମଣ୍ଡଳ ପୂଜା, ଷୋଡଶ ଉପଚାରରେ ପୂଜା, ହୋମ ଯଜ୍ଞ ସହ ବିଭିନ୍ନ ପ୍ରକାର ଭୋଗ ଲାଗି କରାଯାଇଥିଲା । ପୂଜକ ହିମାଦ୍ରୀ ଭୂଷଣ ଶତପଥୀ, କର୍ତା ଦେବାଶିଷ ଦେବଦର୍ଶନ ବେହେରା ପୂଜା କାର୍ଯ୍ୟ ସମ୍ପାଦନ କରିଥିବାବେଳେ ସଭାପତି ଗୋବିନ୍ଦ ଚନ୍ଦ୍ର ବିଶ୍ବାଳ, କର୍ମକର୍ତା ପ୍ରତାପ ଖଟୁଆ, ଟିକୁ ଭାଇ, ରଞ୍ଜନ ପାଲ୍, ପ୍ରଶନ ଭାଇ, କାହ୍ନା, ଅମୂଲ୍ୟ ବେହେରା ଓ ସମସ୍ତ କର୍ମ କର୍ତାଙ୍କ ଉପସ୍ଥିତିରେ ଏହି ପୂଜା ଅନୁଷ୍ଠିତ ହୋଇଥିଲା ।



