ଆରୀୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ
ଆରୀୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ।କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଲାଣି ଥାନା ଅନ୍ତର୍ଗତ ରେ ଥିବା ଆରିୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ କର୍ମଚାରୀଙ୍କ କମ୍ପାନୀ ପରିସରରେ ସନ୍ଦେହ ଜନକ ମୃତ୍ୟୁ। ଯାହାକି ସୂଚନା ରହିଛି ଆରୀୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ରେ ବିଗତ ପନ୍ଦର ବର୍ଷରୁ ଉର୍ଦ୍ଧ କାର୍ଯ୍ୟରତ କର୍ମଚାରୀଙ୍କ କମ୍ପାନୀ ପରିସରରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଭାଇଙ୍କ ଅଭିଯୋଗ କି ତାଙ୍କ ଭାଇଙ୍କ ସହ କିଛି ଦୁର୍ଘଟଣା ଘଟିଛି ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ସେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ଆଜାଦ୍ ସାହୁ ନାମକ ବ୍ୟକ୍ତି ଆରୀୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ରେ ମେକାନିକାଲ ୱେଲ୍ଡର ଭାବେ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ସେ ବଲାଣି ଥାନା ଅନ୍ତର୍ଗତ ବଲାଣି ଶାନ୍ତି ନଗର ରେ ସପରିବାର ବାସ କରନ୍ତି, ଆରୀୟା କମ୍ପାନୀ କର୍ମଚାରୀଙ୍କ କହିବା କଥା ଆଜାଦ୍ ମୂର୍ତ୍ତି ବିସର୍ଜନ ସମୟରେ ଡ୍ୟାନ୍ସ କରୁଥିବା ସମୟରେ ଟଳି ପଡିଲେ ତ ଆଉ କିଏ କୁହେ ସେ ସେ ଅନ୍ୟତ୍ର ପଡିଥିବା ଦେଖିବାକୁ ମିଳିଥିଲା କିନ୍ତୁ କିଏ କହୁଛି ସତ, ତାଙ୍କୁ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆରୀୟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ର ଆମ୍ବୁଲାନ୍ସ ଯୋଗେ ନିଆ ଯାଇଥିବା ବେଳେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ, ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ବଲାଣି ପୋଲିସ୍ ପହଞ୍ଚି ତଦନ୍ତ ଚଳାଇଥିବା ଦେଖିବାକୁ ମିଳିଥିଲା। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଖୋଲିବ ବୋଲି ଅନୁମାନ କରାଯାଏ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



