ପାଚିକା ସହାୟିକା ସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର

ଢେଙ୍କାନାଳ, ୨୦/୦୯: ଏଆଇଟିୟୁସି ସହବନ୍ଧିତ ନିଖିଳ ଓଡିଶା ଏମ୍ଡିଏମ୍ ପାଚିକା ସହାୟିକା ସଂଘର ସ୍ଥାନୀୟ ଯାଉଁଳି ପୋଖରୀl ମଠ ପ୍ରାଙ୍ଗଣରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଁଚି ବିକ୍ଷୋଇ ସମାବେଶ ଅନୁଷ୍ଠିତ ହୋଇ ପାଚିକାମାନଙ୍କୁ ସର୍ବନିମ୍ନ ମଜୁରୀ ବର୍ଷକୁ ୧୦ ମାସ ବଦଳରେ ୧୨ମାସର ମଞ୍ଜୁରୀ ଦିଆଯାଉ । ମାସର ପ୍ରଥମ ସପ୍ତାହରେ ଦରମା ଦେବାର ବ୍ୟବସ୍ଥା କରାଯାଉ । ବର୍ଷକୁ ୨ଖଣ୍ଡ ଶାଢୀ ଦେବାର ବ୍ୟବସ୍ଥା କରାଯାଉ । ପାଚିକାମାନଙ୍କୁ ୨୪ମାସର ଏରିୟର ଟଙ୍କା ପ୍ରଦାନ କରି ତୁରନ୍ତ ଯୋଗାଇ ଦିଆଯାଉ । ପାଚିକାମାନଙ୍କୁ ଅବସର ପରେ ପେନ୍ସନ୍ ଦେବାର ବ୍ୟବସ୍ଥା କରାଯାଉ । ସଭାପତି ରବି ରଥଙ୍କ ନେତୃତ୍ୱରେ ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ସୁବିଧା ପାଚିକାମାନଙ୍କୁ ଦେବା ସହ ୧୫ ଦଫା ସମ୍ବଳିତ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଗଲା । ଏହି ଦାବି ପତ୍ର ପ୍ରଦାନ ବେଳେ ଭାରତୀ ଦାସ, ଶାନ୍ତିପ୍ରିୟା ସାହୁ, ସୁବାସିନୀ ସାହୁ, ପବିତ୍ର ରଣା, ସୁଷମା ଦାଶ, ରଶ୍ମିତା ଦେହୁରୀ ଓ ରାଜ୍ୟ କମିଟି ସଭ୍ୟ ଉପସ୍ଥିତ ଥିଲେ ।



