ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ର ସୁପର ଫୋର ମ୍ୟାଚରେ ଭାରତ ପାକିସ୍ତାନକୁ ଧୂଳି ଚଟାଇଲା। ଏହି ବିଜୟ ସହିତ ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ପାକିସ୍ତାନ ବିରୋଧରେ ଲଗାତାର ଦ୍ଵିତୀୟ ବିଜୟ। ଅଭିଷେକ ଶର୍ମା ଅର୍ଦ୍ଧଶତକ ମାରିଥିବା ବେଳେ ଶୁଭମନ ଗିଲ ୪୭ ରନର ଦମଦାର ଇନିଂସ ଖେଳଥିଲେ।ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୭୧ ରନ କରିଥିଲା।ଜବାବରେ ଭାରତ ଅଭିଷେକ ଶର୍ମା ଓ ଶୁଭମନ ଗିଲଙ୍କ ଦମଦାର ବ୍ୟାଟିଂରେ ୧୮.୫ ଓଭରରେ ଲକ୍ଷ୍ୟ ହାସଲ କରିନେଲା। ଅଭିଷେକ ୩୯ ବଲରେ ୭୪ ରନ କରିଥିଲେ। ସେ ୬ଟି ଚୌକା ଓ ୫ଟି ଛକା ମାରିଥିଲେ। ଶୁଭମନ ଗିଲ ୨୮ ବଲରେ ୪୭ ରନ କରିଥିଲେ। ଉଭୟେ ପ୍ରଥମ ଓ୍ଵିକେଟ ପାଇଁ ୧୦୫ ରନର ଇନିଂସ ଜୋଡିଥିଲେ।ପାଓ୍ଵାରପ୍ଲେରେ ଅଭିଷେକ ଓ ଗିଲ ଦମଦାର ଖେଳ ଦେଖାଇଥିଲେ। ମାତ୍ର ୪.୪ ଓଭରରେ ଉଭୟେ ୫୦ ରନର ଜୋଡ଼ି ଗଢ଼ିଥିଲେ। ଅଭିଷେକ ଶର୍ମା ମାତ୍ର ୨୪ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଗିଲ ନିଜର କ୍ଲାସ ଦେଖାଇଥିବା ବେଳେ ଅଭିଷେକ ପାଓ୍ଵାର ହିଟିଂରେ ସମସ୍ତଙ୍କୁ ଚମକାଇ ଦେଇଥିଲେ। ୫୨ ବଲରେ ଉଭୟ ଦଳର ସ୍କୋରକୁ ୧୦୦ ପାର କରିଥିଲେ।

April 30, 2026/
No Comments


