ହୁଳହୁଳିରେ କମ୍ପିଲା ବଅଁରପାଳ ବ୍ଲକ ପରିସରରେ ଛଅ ଦଫା ଦାବିରେ ଜି.ପି.ଏମ.ଏଫ୍ କର୍ମୀ ଙ୍କ ଧାରଣା
ଅନୁଗୋଳ- ଅନୁଗୋଳ ଜିଲ୍ଲା ର ବଅଁରପାଳ ବ୍ଲକ ସମେତ ସମସ୍ତ ୮ ଟି ବ୍ଲକ ସମ୍ମୁଖରେ ଆଜି ପୂର୍ବାହ୍ନ ୯ ଘଟିକା ଠାରୁ ଜି.ପି.ଏମ.ଏଫ୍ କର୍ମୀ ମାନେ ଛଅ ଦଫା ଦାବି ନେଇ ଗଣ ଧାରଣା ଦେଇଛନ୍ତି । ଏହି ଗଣ ଧାରଣାରେ ଜି.ପି.ଏମ.ଏଫ୍ ର ସମସ୍ତ ବିଭାଗ ଯଥା – ଏମବିକେ,ସିଆରପି,ବ୍ୟାଙ୍କ ମିତ୍ର,କୃଷି ମିତ୍ର,ପ୍ରାଣୀ ମିତ୍ର ମାନେ ଛଅ ଦଫା ଦାବି ଯଥା – ବକେୟା ଥିବା ସମସ୍ତ ଛଅ ଗୋଟି ବିଭାଗର ଛଅ ମାସ ର ଦରମା ପ୍ରଦାନ , କାର୍ଯ୍ୟ ଅନୁଯାୟୀ ପ୍ରୋତ୍ସାହନ ରାଶି କୁ ବନ୍ଦ କରାଯାଇ ପୁନର୍ବାର ଦରମା ଭିତ୍ତିରେ କାର୍ଯ୍ୟ , କାର୍ଯ୍ୟ ଅନୁଯାୟୀ ବାର୍ଷିକ ଦରମା ପ୍ରଦାନ , ସମସ୍ତ ଛଅ ଗୋଟି ବିଭାଗ କୁ ବ୍ୟାଙ୍କ ମାଧ୍ୟମରେ ପ୍ରତ୍ୟେକ୍ଷ ଦରମା ପ୍ରଦାନ , ପୂର୍ବ ଭଳି ସ୍ଥାୟୀ ଦରମା ସହିତ , ସ୍ଥାୟୀ ନିଯୁକ୍ତି ପ୍ରଦାନ, ସରକାର ନିଷ୍ପତି ନେଇଥିବା ପ୍ରତ୍ୟେକ ରାଜସ୍ୱ ଗ୍ରାମ ଅନୁଯାୟୀ ସି.ଏଲ.ଏଫ୍ ଗଠନ କୁ ସଂଘ ବିରୋଧ କରିବା ସହିତ ଏହାର ସ୍ଥାୟୀ ସମାଧାନ ନିମନ୍ତେ ଦାବି କରିଛନ୍ତି । ତେବେ ଦାବି ପୂରଣ ନହେଲେ ବ୍ଲକ ସମ୍ମୁଖରେ ଅନିର୍ଦ୍ଧିଷ୍ଟ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି।ଆଜି ବଅଁରପାଳ ବ୍ଲକ ସମ୍ମୁଖରେ ଜି.ପି.ଏମ.ଏଫ୍ କର୍ମୀ ଙ୍କ ସମସ୍ତ ୩୪୩ ଜଣ ସଦସ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ଧାରଣା ଦେଇଥିବା ବେଳେ ଆସନ୍ତା କାଲି ଠାରୁ ପୁର୍ନବାର ଧାରଣା ରେ ବସିବେ କହିଛନ୍ତି ।ଅନୁଗୋଳରୁ ସୁଧାକର ସାହୁ



