ମା ବରୁଣେଇଙ୍କ ଜନ୍ମୋତ୍ସବ ମହାସମାରୋହରେ ପାଳିତ
ଯାଜପୁର __ ବିଂଝାରପୁର ବ୍ଳକ ଅନ୍ତର୍ଗତ ଟିଣା ପଞ୍ଚାୟତର ସିଅଳପଡା ଠାରେ ଥିବା ମା ବରୁଣେଇ ଙ୍କ ୩୨ ତମ ଜନ୍ମ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ମା ବରୁଣେଇ ଉନ୍ନୟନ ପରିଷଦ ସହଯୋଗ ତଥା ଟିଣା,ବାଛୋଳ, ହରସିଂହପୁର ଗ୍ରାମବାସୀଙ୍କ ସହଯୋଗରେ ପାଳିତ ହୋଇଥାଏ।ଏହି ଜନ୍ମୋତ୍ସବ ଦେଖିବାକୁ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁମାନେ ଆସିଥାନ୍ତି। ସଭାପତି ଚନ୍ଦ୍ରମଣି ବାରିକ, ସଂପାଦକ ସରୋଜ ମଲ୍ଲିକ, କୋଷାଧ୍ୟକ୍ଷ ବିମ୍ବାଧର ଦାଶ, ଅର୍ଜ୍ଜନ ଦାଶ ଏବଂ ସଦସ୍ୟମାନଙ୍କ ସହଯୋଗ ଏବଂ ଗ୍ରାମବାସୀମାନଙ୍କ ସହଯୋଗ କରିଥାନ୍ତି।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



