*ହିନ୍ଦୋଳରେ ଲଷ୍ମୀପୂଜା ପ୍ରସ୍ତୁତି ବୈଠକ
ହିନ୍ଦୋଳ-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଚଳିତବର୍ଷ ଅନୁଷ୍ଠିତ ହେବାକୁଥିବା ହିନ୍ଦୋଳଗଡ଼ର ଗଣପର୍ବ ଗଜଲକ୍ଷ୍ମୀ ପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ହିନ୍ଦୋଳ ଉପଜିଲ୍ଲାପାଳ ପ୍ରଭାସ କୁମାର ବେଉରାଙ୍କ ଅଧ୍ୟକ୍ଷତାରେ ତହସିଲଅଫିସ ବୈଠକଗୃହରେ ଅନୁଷ୍ଠିତ ହୋଇଯାଇଛି। ସହକାରୀ ଉପଜିଲ୍ଲାପାଳ ତଥା ଉପଖଣ୍ଡ ସୂଚନାପ୍ରସାରଣ ଅଧିକାରୀ ବିଶ୍ୱଜିତ ରାଉତ ପ୍ରାରମ୍ଭିକ ସୂଚନା ସହ ବିବରଣୀ ପାଠ କରିଥିବାବେଳେ ହିନ୍ଦୋଳ ତହସିଲଦାର ଦିଲୀପ ସେଠି,ଏନଏସି ଅଧ୍ୟକ୍ଷ କେଶବ ପ୍ରଧାନ, ଉପଖଣ୍ଡ ଚିକିତ୍ସାଧିକାରୀ ସୁଧାଂଶୁ ମିଶ୍ର,ହିନ୍ଦୋଳ ଥାନା ଅଧିକାରିଣୀ ଚାରୁଲତା ବେହେରା, ଅବକାରୀ ଅଧିକାରିଣୀ ମମତା ନାୟକ, ବିଦ୍ୟୁତବିଭାଗ ଯନ୍ତ୍ରୀ,ପିଡ଼ବ୍ଲୁଡ଼ି ଏସଡ଼ିଓ, ଅଗ୍ନିଶମ ଅଧିକାରୀ, ସମସ୍ତ ପୂଜାକମିଟି ସଭାପତି/ସମ୍ପାଦକ, ସାମ୍ବାଦିକ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ। ପୂର୍ବବର୍ଷ ପରି ଶାନ୍ତିଶୃଙ୍ଖଳା ସହକାରେ ୬/୧୦/୨୫ରୁ ୧୬/୧୦/୨୫ପର୍ଯ୍ୟନ୍ତ ଅନୁଷ୍ଠିତ ପୂଜାକୁ ସରସସୁନ୍ଦର ଭାବରେ ପାଳନ ନିମନ୍ତେ ସମସ୍ତ ପୂଜାକମିଟି ସହମତି ପ୍ରକାଶ କରିଥିଲେ। ତେବେ ୧୬/୧୦/୨୫ରେ ଅନୁଷ୍ଠିତ ସାମୁହିକ ଭଷାଣି ଉତ୍ସବ ଆଇନଅନୁଯାଇ ଶାନ୍ତିଶୃଙ୍ଖଳାର ସହିତ ପାଳନ ସହ ପ୍ରଶାସନ ଓ ପୋଲିସର ସହାୟତା ନିମନ୍ତେ ଉପଜିଲ୍ଲାପାଳ ଗୁରୁତ୍ୱଦେବାସହ ଅନୁରୋଧ କରିଥିଲେ। ତେବେ ଏକ ମିଳିତ ପୂଜାକମିଟି ଗଠନ କରାଯିବାସହ ଶାନ୍ତିଶୃଙ୍ଖଳା, ପରିମଳ, ପରିବେଶ ସୁରକ୍ଷା, ଶ୍ରଦ୍ଧାଳୁମାନଙ୍କୁ ଉତ୍ତମ ବ୍ୟବହାର, ପ୍ରଶାସନିକ ନୀତିନିୟମ ପାଳନ କରିବାସହ ଆକର୍ଷଣୀୟ ସାଜସଜ୍ଜା ଇତ୍ୟାଦି କୁ ଅନୁପାଳନ କରିଥିବା ଶ୍ରେଷ୍ଠ ପୂଜା କମିଟିକୁ ପୁରସ୍କୃତ କରିବାସହ ଉତ୍ସlହିତ କରିବାକୁ ଏନଏସି ଅଧ୍ୟକ୍ଷ କେଶବ ପ୍ରଧାନ ଙ୍କ ପ୍ରସ୍ତାବକୁ ସମସ୍ତେ ସ୍ୱାଗତ କରିଥିଲେ ଏବଂ ଉପଜିଲ୍ଲାପାଳ, ପୋଲିସ ଅଧିକାରୀ, ତହସିଲଦାର,ପ୍ରଶାସନିକ ଅଧିକାରୀ ଓ ପୂଜାକମିଟି ମାନଙ୍କସହ ଆଲୋଚନା କରାଯାଇ ନିଷ୍ପତି ନିଆଯିବବୋଲି ଉପଜିଲ୍ଲାପାଳ କହିଥିଲେ। ତେବେ ଚଳିତବର୍ଷ ୧୬ଟି ପୂଜାମଣ୍ଡପରେ ପୂଜା ହେଥିବାବେଳେ ୧୪କମିଟି ଭସାଣିରେ ଭାଗନେବେ ବୋଲି ଜଣାପଡିଛି।
ହିନ୍ଦୋଳରୁ ସୁବ୍ରତ ମହାପାତ୍ର ଜାଗ୍ରତ ଭାରତ ନ୍ୟୁଜ



