ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ସସ୍ମିତାରାଣୀ ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ।

ହିନ୍ଦୋଳ :23/9/2025 ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ହିନ୍ଦୋଳ ବ୍ଲକର ଅଧ୍ୟକ୍ଷା ସସ୍ମିତାରାଣି ଙ୍କୁ ବିରୋଧକରି ଆଜି 30ଜଣ ସରପଞ୍ଚ ଓ 31ଜଣ ସମିତି ସଭ୍ୟ /ସଭ୍ୟା ମିଳିତ ବୈଠକକରି, ବ୍ଲକ ଉପାଧ୍ୟକ୍ଷ ବରୁଣ ସର ଙ୍କ ନେତୃତ୍ୱରେ ଅନାସ୍ଥା ପ୍ରସ୍ତାବ ଉପଜିଲ୍ଲାପାଳ ପ୍ରଭାସ କୁମାର ବେଉରା ଙ୍କୁ ଦେଇଛନ୍ତି। ଆଗକୁ ଦେଖିବାକୁ ବାକିରହିଲା ଅନାସ୍ଥା ପ୍ରସ୍ତାବ ଗୃହୀତ ହେଉଛି କି କାଟ ଖାଉଛି ବୋଲି ହିନ୍ଦୋଳରେ ରାଜନୈତିକ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବାବେଳେ, ବ୍ଲକ ଅଧ୍ୟକ୍ଷା ସସ୍ମିତାରାଣୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ହିନ୍ଦୋଳରୁ ସୁବ୍ରତ ମହାପାତ୍ର ଜାଗ୍ରତ ଭାରତ ନ୍ୟୁଜ



