ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ପାଳନ
ଢେଙ୍କାନାଳ, ୨୪ ସେପ୍ଟେମ୍ବର – ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ବୁଧବାର ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ ଉତ୍ସବମୟ ପରିବେଶରେ ପାଳନ କରାଗଲା। ସକାଳ ୭ଟାରେ ବୃକ୍ଷରୋପଣ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇ, ତା’ପରେ ଏନଏସଏସ୍ ପତାକା ଉତ୍ତୋଳନ ହୋଇଥିଲା।କାର୍ଯ୍ୟକ୍ରମଟିର ଅଧ୍ୟକ୍ଷତା ମହାବିଦ୍ୟାଳୟର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବରାଳ କରିଥିଲେ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ସମାଜ ସେବା ପାଇଁ ଉତ୍ସାହ ଓ ପ୍ରେରଣା ଦେଇ ଥିଲେ। ମୁଖ୍ୟ ବକ୍ତା ଭାବେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଅମୃତ କୁମାର ସେଠ୍ ଦେଶ ନିର୍ମାଣରେ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀଙ୍କ ଭୂମିକା ଓ ଅଧ୍ୟାପିକା ସୈମ୍ୟା ନନ୍ଦ ସମାଜର ସମସ୍ୟା ସମାଧାନରେ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।ଡ଼. ରବର୍ଟ ଭତ୍ରାଙ୍କ ସ୍ବାଗତ ଭାଷଣ ପରେ, ଡ଼. ଦେବରାଜ ପରିଡ଼ା ଏନଏସଏସ୍ର ଉଦ୍ଦେଶ୍ୟ ଓ ଛାତ୍ରଛାତ୍ରୀଙ୍କ ସେବାମୂଳକ ଦାୟିତ୍ୱ ବିଷୟରେ ଆଲୋକପାତ କରିଥିଲେ।ମଧ୍ୟାହ୍ନ ଭୋଜନ ପରେ ବରିଷ୍ଠ ସ୍ବେଚ୍ଛାସେବୀ ଲିଟୁ ଦେହୁରୀ ଓ ସୁଶ୍ରୀ ସଙ୍ଗୀତା ସାହୁ ନିଜ ଅଭିଜ୍ଞତା ସମ୍ଭାଗ କରିଥିଲେ। ଏହି ସମୟରେ ବିଶେଷତଃ ଲିଟୁ ଦେହୁରୀଙ୍କୁ ଏ ବର୍ଷ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣରେ ସାରା ଓଡ଼ିଶାରୁ ଏକମାତ୍ର ସ୍ବେଚ୍ଛାସେବୀ ଭାବେ ଚୟନ ହୋଇ କଲେଜ ପାଇଁ ଗର୍ବ ଆଣିଥିବାରୁ ସମ୍ମାନିତ କରାଯାଇଥିଲେ।ଶତାଧିକ ସ୍ବେଚ୍ଛାସେବୀଙ୍କ ସହଭାଗୀତାରେ ଉତ୍ସାହମୟ ପରିବେଶରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅନ୍ତେ, ଢେଙ୍କାନାଳ ଉଚ୍ଚମାଧ୍ୟମିକ ବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରିଣୀ ବିଦୁସୀ ମଧୁସ୍ମିତା ଧନ୍ୟବାଦ ଜ୍ଞାପନ କରିଥିଲେ।କାର୍ଯ୍ୟକ୍ରମଟି ସାର୍ବଭୌମ ଉତ୍ସାହରେ ଅପରାହ୍ନ ୪:୩୦ରେ ସମାପ୍ତ ହୋଇଥିଲା।



