ଆଦ୍ୟ ତା 24/09/2025 ରିଖ ରେ ଅନୁଗୁଳ ବ୍ଲକ ର ପଞ୍ଚମହଲା ଗ୍ରାମରେ ଆଦି କର୍ମଯୋଗୀ ଅଭିଯାନ କାର୍ଯ୍ୟକ୍ରମ ସଫଳ ରୂପରେ ଆରମ୍ଭ କରାଯାଇଅଛି l ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଦେବଦତ୍ତ ମହାନ୍ତ,ମୁଖ୍ୟ ଉନ୍ନୟନ ଅଧିକାରୀ, ଅନୁଗୁଳ, ଶ୍ରୀ ଦିଲ୍ଲୀପ କୁମାର ମିଶ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ, ଅନୁଗୁଳ, ଶ୍ରୀମତୀ ସୁପ୍ରଭା ସେଠୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ଶ୍ରୀ ସୁଶାନ୍ତ କୁମାର ବେହେରା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଅନୁଗୁଳ ମିଳିତ ଭାବରେ ଯୋଗଦାନ କରିଥିଲେ l ଏହି ଅବସରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଗ୍ରାମବାସୀଙ୍କ ଉଦେଶ୍ୟରେ ନିଜ ଅଭିଭାଷଣରେ ଯୋଜନା ର ଉଦେଶ୍ୟ, କାର୍ଯ୍ୟକାରିତା ବିଷୟ ରେ ବିସ୍ତୃତ ଭାବରେ ଅବଗତ କରାଇଥିଲେ l ଏବଂ କାର୍ଯ୍ୟ ର ସଠିକ ତଦାରଖ କରିବ ସହ କାର୍ଯ୍ୟ ର ସଫଳ ରୂପାୟନ ପାଇଁ ସଠିକ ପଦକ୍ଷେପ ନିର୍ଧାରିତ ସମୟ ବ୍ୟବଧାନ ରେ ସମ୍ପର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ l ତତ ସହିତ ଗ୍ରାମରେ orientation programme, transect walk, village action plan ମଧ୍ୟ ପ୍ରସ୍ତୁତ କରାଯାଇଅଛି l

April 30, 2026/
No Comments


