
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ମହାବିଦ୍ୟାଳୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ସ୍ବଭାବ ସ୍ୱଚ୍ଛତା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସର, ଡାକ ବିଭାଗ ପ୍ର।ଙ୍ଗଣ ତଥା ସରକାରୀ ଚିକିତ୍ସାଳୟ ପରିସରରେ କ୍ୟାଡେଟ ମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ପ୍ରଦିପ କୁମାର ଧଳ ପ୍ରାରମ୍ଭରେ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏହାପରେ କ୍ୟାପଟେନ ଡଃ କିଶୋର କୁମାର ପୃଷ୍ଟି ଓ ଜାତୀୟ ସେବା ଯୋଜନା ଅଧିକାରୀ ବ୍ରଜ କିଶୋର ବେହେରା ଙ୍କ ତତ୍ବାବଧାନରେ ଛାତ୍ର ଛାତ୍ରୀ ମାନେ ପରିବେଶ ସୁରକ୍ଷା ଓ ନିର୍ମଳତା ର ସଚେତନତା ବାର୍ତ୍ତା ନେଇ ବଜାର ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ଉପଖଣ୍ଡ ର ବି ଇ ଓ ହରିହର ଦେହୁରୀ ଏବଂ ଏ ବି ଇ ଓ ସଞ୍ଜୟ ନାୟକ ଛାତ୍ର ଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମ ର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ । ଏଥିରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ।



