ଶାନ୍ତିପୂର୍ଣ୍ଣ ଭାବରେ ଦୁର୍ଗାପୂଜା ପାଳନ ପାଇଁ ପୋଲିସ ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ
ବଡ଼ବିଲ: କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ମାଟକାମ୍ବେଡା ସ୍ଥିତ କଳିଙ୍ଗ ନଗର ରେ ଅଷ୍ଟଭୁଜା ମାଆ ଦୂର୍ଗାଙ୍କ ପୂଜା ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇ ଥାଏ। ଏହି ପୂଜାକୁ ଉପଭୋଗ କରିବାକୁ ଜିଲ୍ଲା ଓ ଜିଲ୍ଲା ବାହାରୁ ଓ ପଡ଼ୋଶୀ ରାଜ୍ୟ ରୁ ମଧ୍ୟ ଲୋକେ ସପରିବାର ଆସି ଏହି ମାଆଙ୍କ ପୂଜା ବୁଲିବାକୁ ଆସିବା ସହ ମିନାବଜାର, ଦୋଳି ଓ ବିଭିନ୍ନ ପ୍ରକାରର ଦୋକାନ ବଜାର ଲାଗିଥାଏ ଯାହାକୁ ଲୋକେ ମନଭରି ଉପଭୋଗ କରିଥାନ୍ତି। ଏହି ପୂଜା ଅବସରରେ ପ୍ରାୟ ଗୋଟିଏ ସପ୍ତାହ ଧରି ମେଳା ର ଆୟୋଜନ ପୂଜା କମିଟି ପକ୍ଷରୁ କରାଯାଇଥାଏ ଓ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁଭକ୍ତ ଓ ଜନସାଧାରଣ ଙ୍କ ସମାଗମ ହୋଇଥାଏ। ଏବଂ କୌଣସି ପ୍ରକାରର ଅଘଟଣକୁ ଦୃଷ୍ଟିରେ ରଖି ଓ ଏହାକୁ ସଠିକ୍ ଓ ଶାନ୍ତି ପୂର୍ଣ୍ଣ ଭାବରେ ପରିଚାଳିତ କରିବା ପାଇଁ ବଡ଼ବିଲ ପୋଲିସ୍ ପ୍ରଶାସନ ପକ୍ଷରୁ ପୂଜା କମିଟି, ସମସ୍ତ ବର୍ଗର ଲୋକ ଓ ଅଞ୍ଚଳର ବିଭିନ୍ନ କମିଟି ର କର୍ମକର୍ତ୍ତାଙ୍କୁ ନେଇ ଆଞ୍ଚଳିକ ପ୍ରଶାସନ ପକ୍ଷରୁ ଏକ ଶାନ୍ତି କମିଟି ବୈଠକ ବଡ଼ବିଲ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



