*ଦ୍ବିତୀୟ ପର୍ଯ୍ୟାୟ “ସମ୍ଭବ” ପ୍ରଶିକ୍ଷଣ ଶିବିରର ଚତୁର୍ଥ ଦିବସରେ ପ୍ରଧାନ ଶିକ୍ଷକମାନଙ୍କୁ ୟୁଡାଇସ୍ ପ୍ଲସ୍ (UDISE+) ସଂମ୍ପର୍କରେ ପ୍ରଶିକ୍ଷଣ*

ବରଗଡ଼:୨୫/୯(ପବିତ୍ର ମେହେର) ବରଗଡ଼ ଜିଲ୍ଲା ସଦରମହକୁମାରେ ଅବସ୍ଥିତ ପି ଏମ ଶ୍ରୀ ବାଳିକା ହାଇସ୍କୁଲ, ବରଗଡ଼ରେ ପଞ୍ଚଦିବସୀୟ ପ୍ରଶିକ୍ଷଣ ଶିବିର “ସମ୍ଭବ”ର ଦ୍ଵିତୀୟ ପର୍ଯ୍ୟାୟର ଚତୁର୍ଥ ଦିବସରେ ସାଧନକର୍ମୀ ଭାବରେ ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀ ଶୁଭମ୍ ପତି ପ୍ରଶିକ୍ଷାର୍ଥୀମାନଙ୍କୁ ୟୁଡାଇସ୍ ପ୍ଲସ୍ (UDISE+) ସମ୍ଵନ୍ଧରେ ତାଲିମ୍ ପ୍ରଦାନ କରିଥିଲେ ଓ ଏଥିରେ ବରଗଡ଼ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ଏମଆଇଏସ୍ ଯୋଜନା ସଂଯୋଜକ ସୌଭାଗ୍ୟବତୀ ମିଶ୍ର ସହଯୋଗ କରିଥିଲେ।ଜନତା ହାଇସ୍କୁଲ ଭୁକ୍ତାର ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ବିଭିନ୍ନ କ୍ୟାରିୟର ସମ୍ପର୍କିତ ସୂଚନା ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରିବା ପାଇଁ ବିଦ୍ୟାଳୟରେ କେଉଁ ସବୁ କାର୍ଯ୍ୟକ୍ରମ କରିହେବ ଏବଂ ବିଦ୍ୟାଳୟରେ କରାଯାଉଥିବା ଧନ୍ଦାମୁଳକ ଶିକ୍ଷା ସମ୍ପର୍କରେ ପ୍ରଶିକ୍ଷାର୍ଥୀମାନଙ୍କୁ ତାଲିମ୍ ଦେଇଥିଲେ।

ପଣ୍ଡକିପାଲି ହାଇସ୍କୁଲର ଶିକ୍ଷକ ପୁସ୍ତମ୍ ବିଶି ଶିକ୍ଷାର୍ଥୀ,ଶିକ୍ଷକ,ପିତାମାତା ଓ ଶିକ୍ଷାନୁଷ୍ଠାନ ନିମନ୍ତେ ଥିବା ବିଭିନ୍ନ ପ୍ରୋତ୍ସାହନ ସମ୍ପର୍କରେ ଉପସ୍ଥାପନ କରିଥିଲେ।ଜିଲ୍ଳା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ଼ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ବେଣୁଧର ବରିହା ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ନେତୃତ୍ୱର ବିକାଶ ସମ୍ବନ୍ଧରେ ଆଲୋଚନା କରିଥିଲେ।ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦକ୍ଷତା ବୃଦ୍ଧି ଓ ନେତୃତ୍ୱ ବିକାଶ ନିମନ୍ତେ ଆୟୋଜିତ ଏହି ତାଲିମ୍ ଶିବିରରେ ବିଜେପୁର ବ୍ଲକ ଓ ସୋହେଲା ବ୍ଲକର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।




