ଶିଶୁ ସେବିକାଙ୍କ ଦାୟିତ୍ଵର ମାର୍ଗଦର୍ଶିକା ଜାରି
ଭୁବନେଶ୍ବର: ବାଲବାଟିକାରେ କାର୍ଯ୍ୟରତ ଶିଶୁ ସେବିକାଙ୍କୁ ନିଜ ଦାୟିତ୍ଵ ଜଣାଇଲା ଓସେପା। ଛୋଟ ପିଲା ଯେପରି ଶ୍ରେଣୀଗୃହରେ ସୁରକ୍ଷିତ ରହିବେ ଦୃଷ୍ଟି ଦେବାକୁ ଦିଆଯାଇଛି ନିର୍ଦ୍ଦେଶ। ପରିଷ୍କାର ଓ ପରିଚ୍ଛନ୍ନ ପରିବେଶରେ ଯେପରି ଖାଦ୍ୟ ଖାଇବେ ଦୃଷ୍ଟି ଦେବେ। ଅସହଜ ମନେ କରୁଥିବା ପିଲାଙ୍କୁ ବୁଝାଇବାକୁ ପ୍ରୟାସ କରିବେ ଶିଶୁ ସେବିକା। ଆବଶ୍ୟକ ପଡ଼ିଲେ ପିଲାମାନଙ୍କୁ ବହି, ଖେଳନା ଯୋଗାଇଦେବେ।



