
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବ୍ଲକ ସ୍ତରୀୟ ଭଲ୍ଲୀ ବଲ ପ୍ରତିଯୋଗିତା, ପାରିକୁଳ ଷ୍ଟାଡିୟମ ରେ ଅନୁଷ୍ଠିତ ହୋଇ ଯାଇଛି.. ଏଥିରେ ହିନ୍ଦୋଳ ର ବିଭିର୍ଣ ବିଦ୍ୟାଳୟ ରୁ 70ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ…ଏମାନଙ୍କ ମଧ୍ୟରୁ ବାଳିକା ବିଭାଗରେ 14ଜଣ ଓ ବାଳକ ବିଭାଗରେ 14ଜଣ (14ବର୍ଷରୁ କମ)ଓ 17ବର୍ଷରୁ କମ ବିଭାଗରେ ଉଭୟ ବାଳକ ବାଳିକା ବିଭାଗରେ କୃତିତ୍ଵ ହାସଲ କରି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବା ପାଈଁ ଯୋଗ୍ୟ ବିବେଚିତ ହୋଇଛନ୍ତି..

ଖେଳାଳି ମାନଙ୍କୁ ବାଛିବା ପାଈଁ ବିଭିନ୍ନ ବିଦ୍ୟାଳୟ ର ଖେଳ ଶିକ୍ଷକ,ଦୁର୍ଯ୍ୟୋଧନ ପାଣି, ଦୀପକ ମୁଦୁଲି, ପ୍ରମୋଦ ଗଡ଼ନାୟକ, ବିଜୟ କୁମାର ସାହୁ, ରାଜେନ୍ଦ୍ର ସାମଲ, ଶ୍ରୀଧର ବେହେରା, ଦାମୋଦର ବେହେରା, ଜୀବନ ଜ୍ୟୋତି ବିଶ୍ବାଳ, ଅନନ୍ତ ସାମଲ, ପୁଷ୍ପାଞ୍ଜଳି ବିହାରି, ସୁନୀଲ ପଟନାୟକ,ସହଯୋଗ କରିଥିଲେ, ଆଜିର ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଶିକ୍ଷା କ୍ରୀଡା ଅଧୂକାରୀ ଉମେଶ ସାମଲ ଉଦଘାଟନ କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ପାରିକୁଳ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପବିତ୍ର ବାବୁ ଓ ଓଡିଶାର ଖ୍ୟାତ ନାମା ଭଲ୍ଲୀ ପ୍ରଶିକ୍ଷକ ଆଶୁତୋଷ ଯୋଗଦେଇ ଖେଳାଳୀ ମାନଙ୍କ ମନୋବଳ ବଢ଼ାଇଥିଲେ. ପ୍ରକାଶ ଥାଉକି ଗତବର୍ଷ ଏହି ହିନ୍ଦୋଳ ରୁ ଖେଳାଳି ମାନେ ଯାଇ ରାଜ୍ୟ ପାଈଁ ସୁନାମ ଆଣିଥିଲେ…





