*ହିନ୍ଦୋଳ ଉପଖଣ୍ଡ ଚିିକିତ୍ସାଳୟ ରେ “ସ୍ୱସ୍ଥ ନାରୀ,ଶସକ୍ତ ପରିବାର ଅଭିଯାନ” କାର୍ଯ୍ୟକ୍ରମ ଅନଷ୍ଠିତ!*

ହିନ୍ଦୋଳ- ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶ ରେ “ସ୍ୱସ୍ଥ ନାରୀ,ଶସକ୍ତ ପରିବାର ଅଭିଯାନ” କାର୍ଯ୍ୟକ୍ରମ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଅଧିକାରୀ ଡକ୍ଟର ସୁଧାଂଶୁ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ହିନ୍ଦୋଳ ଉପଖଣ୍ଡ ଚିିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ମୁଖ୍ୟତଃ ମହିଳା ଶ୍ରମିକ ଓ ମହିଳା ମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାର ନିରାକରଣ ପାଇଁ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ଵାରା ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇ ଉପାଦେୟ ପରାମର୍ଶ ଦିଆଯିବା ସହିତ ଔଷଧ ଯୋଗାଇ ଦିଆଯାଇଥିଲା l ଆୟୋଜିତ ଉକ୍ତ ସ୍ଵତନ୍ତ୍ର ଶିବିରରେ ବିଭିନ୍ନ ବିଭାଗର ଡାକ୍ତର ଓ ମାନେ ଉପସ୍ଥିତ ଥିଲେ । ହିନ୍ଦୋଳ ଉପଖଣ୍ଡର ସମସ୍ତ ଆଶା ଦିଦି ଏବଂ ଅନ୍ୟ ଅଧିକାରୀ ସହ ସେକ୍ୟୁରୁଟି କର୍ମଚାରୀ ଓ ସମସ୍ତ ଅଫିସିଆଲ୍ କର୍ମଚାରୀ ମାନେ ଶିବିରକୁ ସୂଚାରୁରୂପେ ପରିଚାଳନା କରିବାରେ ସହଯୋଗ କରିଥିଲେ l ଏହି ଶିବିରରେ ମୋଟ ୨୦୦ ଜଣ ରୁ ଉର୍ଦ୍ଧ୍ଵ ମହିଳା ନିର୍ମାଣ ଶ୍ରମିକ ଓ ସାଧାରଣ ମହିଳା ଯୋଗ ଦେଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ l ଏହି ଭଳିଆ କ୍ୟାମ୍ପ କରିବା ଦ୍ଵାରା ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆଗୁଆ ଜାଣିପଡି ଯିବ ଓ ସ୍ୱାସ୍ଥ୍ୟ ଗତ ସମସ୍ୟା ହଠାତ୍ ଆସିବା ନାହିଁ ବୋଲି ମତ ପ୍ରକାଶ କରିଥିଲେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଅଧିକାରୀ ଡକ୍ଟର ସୁଧାଂଶୁ ମିଶ୍ର ! ଏହି କାର୍ଯ୍ୟକ୍ରମ ରେ ସାମ୍ୱାଦିକ ଶ୍ରୀକାନ୍ତ ମହାପାତ୍ର ଓ ପ୍ରଦ୍ୟୁମ୍ନ ବେହେରା ଗଣମାଧ୍ୟମ ପ୍ରତନିଧିମାନ ଙ୍କ ସହ ବିଭିନ୍ନ ବୁଦ୍ଧିଜୀବି ମାନେ ଯୋଗ ଦାନ କରିଥିଲେ !



