ଚାଳକର ବେପାରୁଆ ଢ଼ଙ୍ଗରେ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣା ଅଳ୍ପକେ ବର୍ତିଲେ ଯାତ୍ରୀ।ବସ୍ ଚାଳକ ର ଖାମଖିଆଲି ମନୋଭାବ ଓ ବେପାରୁଆ ଢ଼ଙ୍ଗରେ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣା, ଅଳ୍ପକେ ଏକ ବଡ଼ ବିପଦରୁ ବର୍ତିଲେ ଯାତ୍ରୀ । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଥାନା ଅନ୍ତର୍ଗତ ରେ। ଏକ ଯାତ୍ରୀ ବାହି ବସ୍ ଯାତ୍ରୀଙ୍କୁ ନେଇ କେନ୍ଦୁଝର ରୁ ବଡ଼ବିଲ ଅଭିମୁଖେ ଆସୁଥିବା ସମୟରେ ଘଟିଛି ଏହି ଅଘଟଣ। ଯୋଡ଼ା ଥାନା ଅନ୍ତର୍ଗତ 520 ନମ୍ବର ଜାତୀୟ ରାଜପଥ ବିଲେଇପଦା ଟୋଲଗେଟ ନିକଟରେ ଭାରସାମ୍ୟ ହରାଇ ଦିଭାଇଡର ଉପର କୁ ଚଢିଗଲା ଯାତ୍ରୀବାହୀ ବସ l ଅମ୍ବିକା ନାମକ ଏକ ଯାତ୍ରୀବାହୀ ବସ କେନ୍ଦୁଝର ରୁ ବଡବିଲ ଅଭିମୁଖେ ଆସୁଥିବା ବେଳେ ଯୋଡ଼ା ଥାନା ଅନ୍ତର୍ଗତ ବିଲେଇ ପଦା ନିକଟରେ ଭାରସାମ୍ୟ ହରାଇ ଡିଭାଇଡରରେ ଚଢିଯିବାରୁ ଜଣେ ଯାତ୍ରୀ ଗୁରୁତର ଆହତ ହେଇଥିବା ବେଳେ ଅନ୍ୟ ଯାତ୍ରୀ ମାନେ ସୁରକ୍ଷିତ ଥିବା ନେଇ ସୂଚନା। ତେବେ ଖବର ପାଇ ଘଟଣା ସ୍ଥଳ ରେ ପୋଲିସ୍ ପହଂଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

April 30, 2026/
No Comments


