Spread the love

ରାଷ୍ଟ୍ରୀୟ ସୋୟଂସେବକ ସଂଘ ପକ୍ଷରୁ ପଥ ସଞ୍ଚାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ।

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ଶତାବ୍ଦୀ ପୂର୍ତ୍ତି ଅବସରରେ ଏକ ପଥ ସଞ୍ଚାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଥିବା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବଡ଼ବିଲ ଶାଖା ପକ୍ଷରୁ ଶତାବ୍ଦୀ ପୂର୍ତ୍ତି ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବଡ଼ବିଲ ଶାଖା ପକ୍ଷରୁ ଏକ ସଭା କାର୍ଯ୍ୟ ବଡ଼ବିଲ ଠାରେ ଆୟୋଜନ କରାଯିବା ସହ ଏକ ବିଶାଳ ରାଲି ର ଆୟୋଜନ କରାଯିବା ସହ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର କର୍ମକର୍ତ୍ତା ଙ୍କୁ ନେ଼ଇ ଏହି ରାଲି ଦେଶ ହିତ ର ବାର୍ତ୍ତା ବହନ କରି ସମଗ୍ର ବଡ଼ବିଲ ସହର ପରିକ୍ରମା କରିଥିଲା। ଏହି ଅବସରରେ ବଡ଼ବିଲ ସହରର କୋଣ ଅନୁକୋଣରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର କର୍ମକର୍ତ୍ତା ଙ୍କ ଉପରେ ପୁଷ୍ପ ଵୃଷ୍ଟି କରି ଅଞ୍ଚଳର ଜନସାଧାରଣ ସ୍ବାଗତ କରିଥିବା ଦେଖିବାକୁ ମିଳିଥିଲା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *