ସିଦ୍ଧିଦାତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମାଁ ଦୁର୍ଗା
ଅଦ୍ୟ ତା ୦୧/୧୦/୨୦୨୫ ବୁଧବାର ଦିନ ଅମ୍ବାଭୋନା ବ୍ଳକ୍ ଅନ୍ତର୍ଗତ ଦ୍ଵାରୀ କାଶିପାଲି ଦୁର୍ଗା ମନ୍ଦିରରେ ସିଦ୍ଧିଦାତ୍ରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ଜଗତ ଜନନୀ ମାଁ ଦୁର୍ଗା । ପଣ୍ଡିତ ଲୋକନାଥ ଦାସ,ଦିଲ୍ଲୀପ ଦାସ ଓ ଗୌର ଚନ୍ଦ୍ର ପଣ୍ଡା ପୂଜାର୍ଚ୍ଚନା କରୁଥିବାବେଳେ ଆଜି ନବମୀ ତିଥିରେ ନବକନ୍ୟା ପୂଜା କରିଥିଲେ । କଣ୍ଡପଲା ଓ ଅନ୍ତରାଡି ର ମହିଳା ସଙ୍କୀର୍ତ୍ତନ ଭକ୍ତଙ୍କ ମନମୁଗ୍ଧ କରିଥିଲା । ଦୁର୍ଗା ମନ୍ଦିର ଟ୍ରଷ୍ଟ ବୋର୍ଡ ର ସମସ୍ତ ସଭ୍ୟ ସଭ୍ୟା ଓ ଆଖପାଖ ଗ୍ରାମାଞ୍ଚଳର ଭକ୍ତବୃନ୍ଦ ସହଯୋଗ କରିଥିଲେ । ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତମାନେ ଆସି ମାଁ ଙ୍କ ଦର୍ଶନ କରି ଅନ୍ନଭୋଗ ଗ୍ରହଣ କରିଥିଲେ ।



