*କମଗାଁରେ ୭୧ତମ ବନ୍ୟ ପ୍ରାଣୀ ସପ୍ତାହ ପାଳିତ*

ବରଗଡ଼:୩/୧୦(ପବିତ୍ର ମେହେର) ଜୈବ ବିବିଧତାର ସଂରକ୍ଷଣ ପାଇଁ ବନ୍ୟପ୍ରାଣୀ ସୁରକ୍ଷା ଓ ପରିଚାଳନା ଅତ୍ୟନ୍ତ ଆବଶ୍ୟକ। ଏହାକୁ ଆଖି ଆଗରେ ରଖି ବନ୍ୟଜୀବ ସୁରକ୍ଷା ନିମିତ୍ତ ବ୍ୟାପକ ଜନଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବରଗଡ଼ ବନାଞ୍ଚଳ ପକ୍ଷରୁ କମଗାଁରେ ୭୧ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ଆରତୀ ନେଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଅତିଥି ଭାବରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କମଗାଁର ଅଧ୍ୟକ୍ଷ ପ୍ରେମାନନ୍ଦ ପଟେଲ, ଇକୋ କ୍ଳବ୍ ମାଷ୍ଟର ଟ୍ରେନର ତଥା ପରିବେଶବିତ୍ ସଞ୍ଜୟ ଖମାରୀ,ସରପଞ୍ଚ ଦମୟନ୍ତୀ ନାଏକ, ଗବେଷକ ଆକାଶ

ପଧାନ,ବନ୍ୟପ୍ରାଣୀ ବିଭାଗର ଉପ ବନାଞ୍ଚଳ ଅଧିକାରୀ ନୀଳାଞ୍ଚଳ ଜେନା ଓ ସ୍ଥାନୀୟ ବନ ସୁରକ୍ଷା ସମିତିର ସଭାପତି ଟଙ୍କଧର ପ୍ରଧାନ ଯୋଗ ଦେଇଥିଲେ। ବନପାଳ ଶଶୀକାନ୍ତ ମଲ୍ଲିକ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ବନାଞ୍ଚଳ ଅଧିକାରୀ ଶ୍ରୀମତି ନେଗୀ ବନ୍ୟ ପ୍ରାଣୀ ସପ୍ତାହ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ। ପ୍ରକୃତିର ସନ୍ତୁଳନ ବଜାୟ ରଖିବା ନିମନ୍ତେ ବନ୍ୟପ୍ରାଣୀଙ୍କ ସୁରକ୍ଷା କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ବୋଲି ଅତିଥିବୃନ୍ଦ ମତ ଦେଇଥିଲେ।ବୈଠକ ଶେଷରେ ସମସ୍ତ ଅତିଥି,ପ୍ରକୃତିପ୍ରେମୀ ଏବଂ ବନ କର୍ମଚାରୀ ବନ୍ୟପ୍ରାଣୀ ସୁରକ୍ଷା ସମ୍ପର୍କିତ ପ୍ଲାକାର୍ଡ ଧରି ସ୍ଲୋଗାନ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିବା ପାଇଁ କମଗାଁ ଗ୍ରାମ ପରିକ୍ରମା କରିଥିଲେ।ଏହି କାର୍ଯ୍ୟକ୍ରମ ପରିଚାଳନାରେ ସ୍ଥାନୀୟ ବନପାଳ କୈଳାସ ମାଝୀ ,ବନରକ୍ଷୀ କିଶୋର ସେଠ ଓ ଫରେଷ୍ଟ ସ୍କ୍ୱାର୍ଡ ସୁମନ୍ତ ମିର୍ଦ୍ଧା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।




