ନୂଆଁଗଡ଼ ମାଁ ରାମଚଣ୍ଡୀଙ୍କ ଶାରଦୀୟ ପୂଜନୋତ୍ସବ ସମ୍ପନ୍ନ

ଭଟଲି (ଅଭିମନ୍ୟୁ ପଧାନ) :- ଭଟଲି ବ୍ଳକ ଅନ୍ତର୍ଗତ ନୂଆଁଗଡ଼ ଗ୍ରାମର ନବନିର୍ମିତ ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଦ୍ଵିଦିନାତ୍ମକ ଶାରଦୀୟ ପୂଜନୋତ୍ସବ ମଙ୍ଗଳବାର ସମ୍ପନ୍ନ ହୋଇଛି । ଏହି ପରିପ୍ରେକ୍ଷୀରେ ସୋମବାର ମନ୍ଦିରରୁ ଏକ ବିଶାଳ କଳସ ଯାତ୍ରା ବାହାରି ଗ୍ରାମ ପରିକ୍ରମା ସହିତ ସ୍ଥାନୀୟ ସରିଆ ବନ୍ଧରେ ପହଞ୍ଚିଥିଲା। ସେଠାରେ କଳସ ଆବାହନ କରି ପୂର୍ଣ୍ଣଜଳ କଳସ ନେଇ ମନ୍ଦିରରେ ପହଞ୍ଚିଥିଲେ। ମନ୍ଦିର ପୂଜାମଣ୍ଡପରେ କଳସ ସ୍ଥାପନ ପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା। ଶାରଦୀୟ ପୂଜନୋତ୍ସବ ଉପଲକ୍ଷେ ମଙ୍ଗଳବାର ସକାଳ ୮ଘଟିକାରୁ ଚଣ୍ଡୀପାଠ ଅନୁଷ୍ଠିତ ହେଇଥିଲା । ଏହା ସହିତ ଉପସ୍ଥିତ ଭକ୍ତମାନେ ତିନିଥର ମନ୍ଦିର ପରିକ୍ରମା ପୂର୍ବକ ରାମଚଣ୍ଡୀ ମନ୍ଦିରରେ ନୂତନ ଧ୍ଵଜା ବନ୍ଧାଯାଇଥିଲା । କର୍ତ୍ତା ଭାବରେ ରାସବିହାରୀ ବାରିକ ଏବଂ ପତ୍ନୀ ରୀତା ବାରିକ କର୍ତ୍ତା କାର୍ଯ୍ୟ ତୁଲାଇଥିଲେ। ପଞ୍ଚମ ପୁରୋହିତଙ୍କ ପୁରୋହିତ୍ବରେ ରିଙ୍କୁ ପଣ୍ଡା ଏବଂ ବୁଲୁ ତ୍ରିପାଠୀ ସମସ୍ତ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ ସମ୍ବର୍ଧନା ସଭାରେ ଭଟଲି ବିଧାୟକ ଇରାସିସ୍ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୌରୀ ଚରଣ ବାରିକ, ଭଟଲି ବ୍ଲକ କୁଲତା ସମାଜର ସଭାପତି ସଞ୍ଜୟ କୁମାର ପ୍ରଧାନ, ମନ୍ଦିର ସଂସ୍କାର କମିଟି ସଭାପତି ଲୋକନାଥ ସାହୁ ମଞ୍ଚାସିନ ଥିଲେ। ଡ଼ା. ଦିନେଶ ନାୟକ, ମୁନେଶ ନାୟକ, ହୁଆଲଦାର ଖମାରୀ, କିଶୋର ସହୁ, ସରୋଜ ସାହୁ, ସିମନ୍ତିନି ସାହୁ, ପ୍ରଦୀପ ପ୍ରଧାନ ଏବଂ ଅମିର ସହୁ ଉତ୍ସର୍ଗୀକୃତ ସେବା ମନୋଭାବ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାକୁ ଆନନ୍ଦ ସାହୁ ଏବଂ ବୈରାଗୀ ସାହୁ ପରିଚାଳନା କରିଥିଲେ। ମହିଳା ସଂଗଠନ ଦ୍ଵାରା କାକରା ନିର୍ମାଣ କରି ଭୋଗ ଲାଗି କରାଯାଇ ଉପସ୍ଥିତ ଭକ୍ତ ମାନଙ୍କୁ ଅନ୍ନ ପ୍ରସାଦ ସହିତ ବଣ୍ଟନ କରାଯାଇଥିଲା। ମନ୍ଦିର ପରିଚାଳନା କମିଟି ସମ୍ପାଦକ ଜଗଦୀଶ ସାହୁଙ୍କ ତତ୍ବାବଧାନରେ ଗୁରୁଦେବ ପାତ୍ର, ଆନନ୍ଦ ସାହୁ, ବୈରାଗୀ ସାହୁ, ସବ୍ୟସାଚି ବାରିକ, ସୁମନ୍ତ ସାହୁ, ଅଶୋକ ସାହୁ, ଶ୍ରବଣ କୁମାର ସାହୁ, ଲୋକନାଥ ପ୍ରଧାନ ସମେତ ବ୍ଲକ କୁଲତା ସମାଜର ସାଧାରଣ ସମ୍ପାଦକ ମାଧବ ପ୍ରସାଦ ସାହୁ, ସହ ସମ୍ପାଦକ ରାଜାରାମ ସାହୁ, ଉପଦେଷ୍ଟା ରୂପରାଜ ସାହୁ, ବିଭୂତି ସାହୁ ତଥା ରାମଚଣ୍ଡୀ ସେବା ସଂସ୍ଥାର ସଦସ୍ୟ ମାନେ ଆୟୋଜନରେ ସହଯୋଗ କରିଥିଲେ। ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

