ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଓ.ପି. ଜିନ୍ଦଲ ସ୍ମାରକୀ ମେଧା ବୃତ୍ତି ପାଇଁ ଆବେଦନ ଆହ୍ବାନ
ଅନୁଗୁଳ, ତା ୦୯.୧୦.୨୦୧୫ ରିଖ : ଜିନ୍ଦଲ ଷ୍ଟିଲର ପ୍ରତିଷ୍ଠାତା ଶ୍ରୀ ଓମ୍ ପ୍ରକାଶ ଜିନ୍ଦଲଙ୍କ ସ୍ମୃତିରେ ଜିନ୍ଦଲ ଫାଉଣ୍ଡେସନ ତରଫରୁ ଆର୍ଥିକ ଅନଗ୍ରସର ବର୍ଗର ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ – ଓପି ଜିନ୍ଦଲ ଷ୍ଟାର ଏବଂ ଓପି ଜିନ୍ଦଲ ଜୁଏଲ ନାମରେ ଦୁଇଟି ମେଧା ବୃତ୍ତି ପାଇଁ ଆବେଦନ ଆହ୍ବାନ କରାଯାଉଛି l ଚଳିତ ବର୍ଷ ୧୦ମ ଶ୍ରେଣୀ ପାସ କରି +୨ ପ୍ରର୍ଥମ ବର୍ଷ (ବିଜ୍ଞାନ)ରେ ଅଧ୍ୟୟନ କରୁଥିବା ୭୭ଜଣ ଛାତ୍ର ଛାତ୍ରୀଙ୍କୁ ଓପି ଜିନ୍ଦଲ ଷ୍ଟାର ମେଧା ବୃତ୍ତି ପ୍ରଦାନ କରାଯିବ l ସେହିପରି +୨ (ବିଜ୍ଞାନ) ପାସ କରି ଇଂଜିନିୟରିଂ କିମ୍ବା ମେଡିକାଲ ଏବଂ ଆଇନ ଭଳି ସ୍ନାତକ ପାଠ୍ୟକ୍ରମରେ ଦେଶର ଯେ କୌଣସି ଅନୁଷ୍ଠାନରେ ଅଧ୍ୟୟନରତ ଥିବା ପ୍ରଥମ ବର୍ଷର ୩୧ ଜଣ ଛାତ୍ର ଛାତ୍ରୀଙ୍କୁ ଓ ପି ଜିନ୍ଦଲ ଜୁଏଲ ମେଧା ବୃତ୍ତି ପ୍ରଦାନ କରାଯିବ lଏଥି ନିମନ୍ତେ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ନିର୍ଦ୍ଧାରିତ ସର୍ତ୍ତ ପୂରଣ କରୁଥିବା ଛାତ୍ର ଛାତ୍ରୀଙ୍କୁ ଯୋଗ୍ୟତା ଆଧାରରେ ସେମାନଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ମେଧାବୃତ୍ତି ପ୍ରଦାନ କରାଯିବ lଓ.ପି ଜିନ୍ଦଲ ଷ୍ଟାରଓ.ପି ଜିନ୍ଦଲ ଷ୍ଟାର ମେଧା ବୃତ୍ତି ନିମନ୍ତେ ପ୍ରାର୍ଥୀ / ପ୍ରାର୍ଥିନୀ ଅନୁଗୁଳ ଜିଲ୍ଲାର ବଅଁରପାଳ କିମ୍ବା ଛେଣ୍ଡିପଦା ବ୍ଲକର ସ୍ଥାୟୀ ବାସିନ୍ଦା ହୋଇଥିବା ସହ ସରକାରୀ /ବେସରକାରୀ ସ୍କୁଲ କିମ୍ବା କଲେଜରେ +୨ (ବିଜ୍ଞାନ) ରେ ନାମ ଲେଖାଇଥିବେ l ଏଥି ନିମନ୍ତେ ଆବେଦନକାରୀ ଅଭିଭାବକ (ପିତା/ ମାତା)ଙ୍କର ସମସ୍ତ ସୂତ୍ରରୁ ବାର୍ଷିକ ଆୟ ୨ ଲକ୍ଷ ଟଙ୍କାରୁ ଅଧିକ ହୋଇ ନଥିବ ଏବଂ ଆବେଦନକାରୀ ଅନ୍ୟ କୌଣସି ସୂତ୍ରରୁ ବୃତ୍ତି ପାଉନଥିବା ଆବଶ୍ୟକ l ଆବେଦନକାରୀ ଦଶମ ପରୀକ୍ଷାରେ ୭୫ % ନମ୍ବର ବା ତା ଠାରୁ ଅଧିକ ନମ୍ବର ରଖିଥିଲେ ଆବେଦନ କରିପାରିବେ ।ଓପି ଜିନ୍ଦଲ ଜୁଏଲସେହିପରି ଓପି ଜିନ୍ଦଲ ଜୁଏଲ ମେଧା ବୃତ୍ତି ନିମନ୍ତେ ପ୍ରାର୍ଥୀ / ପ୍ରାର୍ଥିନୀ ଅନୁଗୁଳ ଜିଲ୍ଲାର ସ୍ଥାୟୀ ବାସିନ୍ଦା ହୋଇଥିବା ସହ ସେ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା (JEE/NEET/CLAT) କିମ୍ବା ତତୁଲ୍ୟ ପରୀକ୍ଷାରେ ଯୋଗ୍ୟତା ହାସଲ କରିଥିବେ ଏବଂ ଆବେଦନକାରୀ ଅଭିଭାବକ (ପିତା/ମାତା)ଙ୍କର ସମସ୍ତ ସୂତ୍ରରୁ ବାର୍ଷିକ ଆୟ ୨ ଲକ୍ଷ ଟଙ୍କାରୁ ଅଧିକ ହୋଇ ନଥିବ ଏବଂ ଆବେଦନକାରୀ ଅନ୍ୟ କୌଣସି ସୂତ୍ରରୁ ବୃତ୍ତି ପାଉନଥିବା ଆବଶ୍ୟକ l ଆବେଦନକାରୀ +୨ ବାର୍ଷିକ ପରୀକ୍ଷାର ୬୫% ବା ତାଠାରୁ ଅଧିକ ନମ୍ବର ରଖିଥିଲେ ଆବେଦନ କରି ପାରିବେ ।ଆବେଦନକାରୀ ଗୁଗୁଲ ଫର୍ମ ଲିଙ୍କ ରେ ଆବେଦନ କରିବେ (https://forms.gle/pNhGMErSpvjF8vfw9 ) ଏବଂ ଆବେଦନ ଫର୍ମ ପୂରଣ କରି ସବୁ ଦଲିଲର ନକଲ ୭ ନଭେମ୍ବର ୨୦୨୫ ସୁଦ୍ଧା Jindal Nisha CSR ଅଫିସରେ ଦାଖଲ କରିବେ l ଏହି ବୃତ୍ତି ହାସଲ କରିବା କ୍ଷେତ୍ରରେ ଦିବ୍ୟାଙ୍ଗ ପ୍ରାର୍ଥୀ / ପ୍ରାର୍ଥିନୀ ଏବଂ ଅନାଥ ପ୍ରାର୍ଥୀ / ପ୍ରାର୍ଥିନୀ ଙ୍କୁ ଅଗ୍ରାଧିକାର ପ୍ରଦାନ କରାଯିବ ବୋଲି ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ପ୍ରକାଶ କରାଯାଇଅଛି ଏବଂ ଏଥି ନିମନ୍ତେ ଇଛୁକ ପ୍ରାର୍ଥୀ /ପ୍ରାର୍ଥିନୀ ଅଧିକ ବିବରଣୀ ନିମନ୍ତେ ଜିନ୍ଦଲ ସିଏସଆର ବିଭାଗର ଅଧିକାରୀ ଶ୍ରୀ ତାପସ ମହାନ୍ତିଙ୍କୁ ମୋବାଇଲ ନମ୍ବର ୯୭୭୭୪୪୩୮୮୯ ରେ ଯୋଗାଯୋଗ କରି ପାରିବେ l

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

