ଢେଙ୍କାନାଳ:ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ରେ ରତ୍ନ ବଜାର ଷାଠିଏ ବର୍ଷ ରେ ପଦାର୍ପଣ କରିଛି । ପୂଜା ର ଚତୁର୍ଥ ଦିବସରେ ମା ଙ୍କ ପାଖରେ ଅନ୍ନ ଶଙ୍କୁଡ଼ି ଲାଗି ହୋଇଥିଲା। ସକାଳୁ ମଙ୍ଗଳ ଆଳତି, ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା, ମା ଙ୍କୁ ଷୋଳସ ଉପଚାର ପୂଜା, ଶହେ ଆଠ ବେଲ ପତ୍ର ଓ ପଦ୍ମ ଫୁଲ ଲାଗି ହୋଇଥିଲା, ଶ୍ରୀ ସୂତ ରେ ଆହୂତି କରାଯାଇଥିଲା। ହଜାରେ ଉର୍ଦ୍ଧ୍ବ ଭକ୍ତ ପ୍ରସାଦ ଆକାର ରେ ଅନ୍ନ ,ଡ଼ାଲମା, ଶାଗ, ଓଉ ଖଟା, କ୍ଷୀରି, ଓ କାକରା ପିଠା ଲାଗି ହୋଇଥିଲା। ସଭାପତି ସୁନୀଲ ଶର୍ମା, ପୂର୍ବତନ ସଭାପତି କୃଷ୍ଣ ପ୍ରସାଦ ମହାନ୍ତି, ସମ୍ପାଦକ ମନୋଜ ଅଗ୍ରୱାଲ ଏବଂ ରତ୍ନ ବଜାର ର ସମସ୍ତ କର୍ମକର୍ତା ଙ୍କ ଉପସ୍ଥିତି ଏହି ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

August 24, 2026/
No Comments


