ରାସ୍ତା ନିର୍ମାଣ କାର୍ଯ୍ୟ ଓ ମରାମତି ଦାବିରେ ଅର୍ଥ ନୈତିକ ଅବରୋଧ ଆନ୍ଦୋଳନ ୬ଷ୍ଟ ଦିନରେ । ୧୧ ରେ ଆନ୍ଦୋଳନ ଜୋରଦାର ନିଷ୍ପତ୍ତି
ତାଳଚେର ୯/୧୦ ତାଳଚେର ରେ ଜାତୀୟ ରାଜପଥ ଗୋଡ଼ିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ର କଛପ ଗତି , ଓ ଗୋଡ଼ିନନ୍ଧ ଠାରୁ ଏନଟିପିସି ପର୍ଯ୍ୟନ୍ତ ରାସ୍ତାକୁ ସମ୍ପୃକ୍ତ କଂପାନୀ ପକ୍ଷରୁ ତୁରନ୍ତ ନିର୍ମାଣ କରାଯିବା,ନତୁବା ଜାତୀୟ ରାଜପଥ କୁ ହସ୍ତାନ୍ତର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଦାବି ନେଇ ପୂର୍ବତନ ସାଂସଦ ମହେଶ ସାହୁ ଙ୍କ ଆହ୍ବାନ କ୍ରମେ ତାଳଚେର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଗତ୪ତାରିଖ ଠାରୁ ଠାରୁ ଆରମ୍ଭ ହେଇଥିବା ଅର୍ଥନୈତିକ ଅବରୋଧ ଆନ୍ଦୋଳନ ଆଜି ୬ଷ୍ଟ ଦିନରେ ପହଞ୍ଚିଛି। ତେବେ ଶାନ୍ତି ଶୃଙ୍ଖଳା ର ଶହ ଆନ୍ଦୋଳନ କରିବା ସ୍ୱତେ ଏଥି ପ୍ରତି ପ୍ରଶାସନ କିମ୍ଵା କମ୍ପାନୀ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁ ନାହିଁ ତେଣୁ ଆଜି ଏହି ପରିପେକ୍ଷୀରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା ବୈଠକ ରେ ନିଷ୍ପତି ଅନୁଯାୟୀ ଆସନ୍ତା ୧୧ତାରିଖରେ ସ୍ଥାନୀୟ ପବିତ୍ର ମୋହନ ଛକ ଠାରେ ସମସ୍ତ ଗାଡ଼ି ମଟର କୁ ଅଟକାଇ ଅର୍ଥନୈତିକ ଅବରୋଧ ଆନ୍ଦୋଳନ କୁ ଜୋର୍ ଦାର କରିବା ପାଇଁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହୀ ବୈଠକ ରେ ତାଳଚେର ପୂର୍ବତନ ସାଂସଦ ମହେଶ ସାହୁ, ନଗର ପାଳ ପବିତ୍ର ଭୂତିଆ ସରକାରୀ ଓଜିଲ ଗିରିଜା ଶଙ୍କର ମିଶ୍ର, ନିର୍ମଳ ତ୍ରିପାଠୀ, ଜ୍ୟୋତି ରଞ୍ଜନ ଦାସ, କୁଶ ବିହାରି ସାମଲ , ସାମ୍ବାଦିକ ତପନ କୁମାର ମହାରଣା, ତ୍ରିଲୋଚନ ସ୍ବାଇଁ, ପ୍ରକାଶ ସାହୁ, ସମାଜ ସେବୀ ରାଜୀବ ରାଉତ୍, ଟ୍ରକ ମାଲିକ ସଂଘ ର ପୂର୍ବତନ ସଭାପିତି ଟୁକୁନା ସ୍ୱାଇଁ, ଲିପୁ ରଥ ପ୍ରମୁଖ ଯୋଗ ଦେଇ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ମତ ପ୍ରକାଶ କରିଥିଲେ।।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

