ଅନ୍ତର୍ଜାତୀୟ ଶିଶୁକନ୍ୟା ଦିବସ
ଢେଙ୍କାନାଳ :- “ଇଶୋ ” ଈନ୍ଦିରା ସମାଜ ମଙ୍ଗଳ ଅନୁଷ୍ଠାନ ଅନ୍ତର୍ଜାତୀୟ ଦିବସ ଅକ୍ଟୋବର 11 ତାରିଖ 2025 ମସିହା ଅଟୋନମସ କଲେଜ, ଢେଙ୍କାନାଳ ଠାରେ ପାଳିତ ହୋଇଯାଇଛି l ଏଥିରେ କଲେଜ ଛାତ୍ର ଛାତ୍ରୀ ଅନୁଷ୍ଠାନର କର୍ମ କର୍ତ୍ତା ଯୋଗଦେଇଥିଲେ l ମୁଖ୍ୟ ଅତିଥି ଭାବେ ଆଡ଼ିସିନାଲ ଏସ ପି ଶ୍ରୀଯୁକ୍ତ ପ୍ରଭାତ କୁମାର ବିଶ୍ୱାଳ, ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ବରାଳ, ପ୍ରିନସିପାଲ, ସମାଜସେବୀ ସୁଶ୍ରୀ ଶୈଳବାଳା ମିଶ୍ର, ଅଧ୍ୟାପିକା ସୁନନ୍ଦା ସ୍ୱାଇଁ, ସିଦ୍ଧାର୍ଥ ଯୋଶୀ ଆଇ ଆଇ ଏମସି ଛାତ୍ର, ଯୋଗ ଦେଇ ଶିଶୁ କନ୍ୟା ଦିବସ ଉପରେ ସେମାନଙ୍କ ବକ୍ତବ୍ୟ ରଖି ଥିଲେ l ଆଡିସନାଲ ଏସ ପି ଶ୍ରୀ ବିଶ୍ୱାଳ ସମାଜର ମୁଖ୍ୟ ହେଉଛନ୍ତି ନାରୀ, ଝିଅ ନଥିଲେ ସୃଷ୍ଟି ରହିବ ନାହିଁ l ଢେଙ୍କାନାଳ ରେ ପୁଅ ଅପେକ୍ଷା ଝିଅ ସଂଖ୍ୟା କମ ରହୁଛି ତେଣୁ ଭୃଣ ହତ୍ୟା କୁ ରୋକିବାକୁ ସମସ୍ତେ ତତ୍ପରତା ସହିତ କାମ କରିବା ଉଚିତ l ଆଇ ଆଇ ଏମ ସି ର କିଛି ଛାତ୍ର ଛାତ୍ରୀ ପ୍ରୋଜେକ୍ଟର ସାହାଯ୍ୟରେ ବହୁତ ସୁନ୍ଦର ସଚେତନତା ର ବାର୍ତ୍ତା ସବୁ ଦେଇ କନ୍ୟା ମାନଙ୍କ ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ କରିବା ଦରକାର ବୋଲି ବାର୍ତ୍ତା ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଢେଙ୍କାନାଳ ର ସ୍ବେଛାସେବୀ ଅନୁଷ୍ଠାନ, ଇଶୋ ଅନୁଷ୍ଠାନ ର କର୍ମକର୍ତ୍ତା ଗାୟତ୍ରୀ, ମିନା, ଅନିମା ସହଯୋଗ କରିଥିଲେ l ଶେଷରେ ଇଶୋ ର କର୍ମୀ ସର୍ବେଶ୍ୱର ସମସ୍ତ ଅତିଥିବୃନ୍ଦ ଙ୍କ ସହିତ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ l



