କେନ୍ଦୁଝର ଜିଲ୍ଲାରେ ବଣୁଆ ହାତୀଙ୍କ ଉତ୍ପାତ ଚରମ ସୀମାରେ
।କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ବଣୁଆ ହାତୀଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲାରେ ଚକୁଛି ବଣୁଆ ହାତୀପଲଙ୍କ ଗୁଣ୍ଡାରାଜ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ପାଟଣା ରେଞ୍ଜ ର ବିଭିନ୍ନ ଅଞ୍ଚଳରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଭଙ୍ଗୁଛନ୍ତି ଘରଦ୍ବାର।କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡର ପାଟଣା ରେଞ୍ଜ ରେ ଗଜରାଜଙ୍କ ଗୁଣ୍ଡାରାଜ । ଚଉତିରିସ ଟିକିଆ ବଣୁଆ ହାତୀ ପଲ ବିଳମ୍ବିତ ରାତିରେ ପାଟଣା ରେଞ୍ଜର କେନ୍ଦୁଆପଡା , ବାଲିବନ୍ଧ , ଝାଲିଆପଡା ଏବଂ ଟାଙ୍ଗରପଡା ଆଦି ଗ୍ରାମ ରେ ଆତଙ୍କ ଖେଳାଇ ଥିବା ବେଳେ ଏକ ଗୋଠଛଡ଼ା ଦନ୍ତା ୪ ଟି ଘର ଭାଙ୍ଗିଦେଇଥିବା ନେଇ ସୂଚନା।କେନ୍ଦୁଆପଡା ଗ୍ରାମର କଂସ ନାଏକ ଓ ତାଙ୍କର ନାତି ଘର ଭିତରେ ଶୋଇଥିବା ସମୟରେ ହାତୀ ଆକ୍ରମଣ ରୁ ଅଳ୍ପକେ ବର୍ତ୍ତୀଯାଇଛନ୍ତି । ଏବେ ହାତୀ ପଲ ଭିମାପଡା ଶିବମନ୍ଦିର ନିକଟରେ ଡେରା ପକାଇଛନ୍ତି । ବନ ବିଭାଗ ହାତୀପଲ ଙ୍କ ଗତିବିଧି ଉପରେ କଡା ନଜର ରଖିଛି। କିନ୍ତୁ ବନ ବିଭାଗ ଏହି ହାତୀ ପଲଙ୍କ ଉପରେ କୌଣସି ପ୍ରକାର ନିୟନ୍ତ୍ରଣ ନଥିବାରୁ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଛନ୍ତି ଅଞ୍ଚଳ ବାସିନ୍ଦା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



