*ହାରିବାଭୟରେ ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ ସ୍ଥଗିତ
ହିନ୍ଦୋଳ -ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ଭୋଟ ବିରୋଧୀ ହାରିବା ଭୟରେ ରାଜନୈତିକ ଚାପ କରି ସ୍ଥଗିତ କରାଇଦେଇଛନ୍ତି। ଖବରରୁ ପ୍ରକାଶ ଆସନ୍ତା ୧୪/୧୦/୨୫ରେ ଅଧ୍ୟକ୍ଷା ସସ୍ମିତା ନାୟକଙ୍କ ବିରୋଧ ରେ ଅନାସ୍ଥା ଭୋଟ ପାଇଁ ହିନ୍ଦୋଳ ଉପଜିଲ୍ଲାପାଳ ନୋଟିସ ଜାରି କରିଥିଲେ ମାତ୍ର ଅନାସ୍ଥା ଆଗତ କରିଥିବା ଗୋଷ୍ଠୀଙ୍କର କୋରମ କିମ୍ବା ସଂଖ୍ୟା ନହେବାରୁ ରାଜନୈତିକ ଚାପ ଓ କ୍ଷମତା ପ୍ରୟୋଗ କରି ୧୧ଜଣ ସଦସ୍ୟଙ୍କ ଦେହ ଖରାପ ଆଳ ଦେଖାଇ ଉପଜିଲ୍ଲାପାଳଙ୍କ ଜରିଆରେ ଚିଠି ନଂ ୫୮୪୫/୧୩/୧୦/୨୫ରେ ଆଜି ୧୩/୧୦ସନ୍ଧ୍ୟା ଭିତରେ ସ୍ଥଗିତ କରଦେବା ଘଟଣା ହିନ୍ଦୋଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ଏହି ସମୟରେ ଅନାସ୍ଥା ଆଗତ କରିଥିବା ଗୋଷ୍ଠୀ ସଂଖ୍ୟା ଯୋଗାଡ଼ କରିବାପାଇଁ ଉଦ୍ୟମ କରିବେ ଏବଂ ସଂଖ୍ୟା ହୋଇଗଲେ ସୁବିଧା ଅନୁଯାଇ ପୁଣି ଭୋଟିଂ ତାରିଖ ପ୍ରଶାସନ ମାଧ୍ୟମରେ ନିର୍ଧାରଣ କରିବେ ବୋଲି ଆଲୋଚନା ହେଉଅଛି। ତେବେ ଅଧ୍ୟକ୍ଷାଙ୍କ ଗୋଷ୍ଠୀ ୧୧ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଇ ଏହା ପଛରେ ଥିବା ରହସ୍ୟ ଉନ୍ମୋଚନ କରାଯାଉ ବୋଲି ଦାବି କରିଛନ୍ତି
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


