ଅଖିଳ ଭାରତୀୟ ବିଡିମଜଦୂର ମହାସଂଘ (ଭାରତୀୟ ମଜଦୂର ସଂଘ) ର ୧୫ତମ ତ୍ରୟବାର୍ଷିକ ଅଧିବେଶନ ତା ୧୩.୧୦.୨୦୨୫ ଓ ୧୪.୧୦.୨୦୨୫ ଦୁଇ ଦିନ ଧରି ତେଲେଙ୍ଗାନା ରାଜ୍ୟ ଆନୋଜିଗୁଡା ଶ୍ରୀ ବିଦ୍ୟାଳୟ ଠାରେ ଆୟୋଜିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଭାରତୀୟ ମଜଦୂର ସଂଘ ତରଫରୁ ପାଞ୍ଚ ଜଣ ପ୍ରତିନିଧିତ୍ଵ କରିଥିଲେ। ଭାରତର ୧୪ ଟି ରାଜ୍ୟରୁ ପ୍ରାୟ ୧୫୦ ଜଣ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ । ଉକ୍ତ ଅଧିବେଶନରେ ଭାରତର ସମସ୍ତ ବିଡ଼ି କାରିଗର ମାନଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ମୁଖ୍ୟତଃ ଚାରିଗୋଟି ପ୍ରସ୍ତାବ ପାଳିତ ହୋଇଛି । ଆଗାମୀ ନଭେମ୍ବର ମାସ ୬ ରୁ ୭ ତାରିଖ ମଧ୍ୟରେ ସମସ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କ ଉଦ୍ଦେଶ୍ୟଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । କେନ୍ଦୁପତ୍ରରୁ ବିଡ଼ି ତିଆରି କରୁଥିବା ଭାରତର ୯୦ ଲକ୍ଷ ରୁ ଉର୍ଦ୍ଧ୍ଵ ଶ୍ରମିକଙ୍କର ପେନସନ,ପ୍ରୋଭିଡେଣ୍ଟ ଫଣ୍ଡ, ESIC ଡାକ୍ତରଖାନାରେ ସଠିକ୍ ଚିକିତ୍ସା ଓ ସ୍ଥଗିତ ଥିବା କଲ୍ୟାଣ ବୋର୍ଡ ପୁନଃ ଗଠନ କରି ଶ୍ରମିକମାନଙ୍କ କଲ୍ୟାଣ ନିମିତ୍ତ ଚର୍ଚ୍ଚା ରାଜ୍ୟ ସ୍ତରରେ କରାଯାଉ । ଶେଷରେ ଆଗାମୀ ତିନି ବର୍ଷ ପାଇଁ ଭାରତୀୟ ମଜଦୂର ସଂଘ କେନ୍ଦ୍ରିକ ମନ୍ତ୍ରୀ ଶ୍ରୀଯୁକ୍ତ ଭେଲୁ ରାଧା କ୍ରୀଷ୍ଣନ୍ କେନ୍ଦ୍ର ସମିତି ୨୦୨୫ -୨୦୨୮ ଘୋଷଣା କରିଥିଲେ। ଓଡ଼ିଶାରୁ ଶ୍ରୀ ଶ୍ରୀନିବାସ ଖୁଣ୍ଟିଆ ଉପସଭାପତି ଓ ସମ୍ପାଦକ ଭାବରେ ଶ୍ରୀ ଚନ୍ଦ୍ରଶେଖର ଶଗଡ଼ ଚୟନ ହୋଇଛନ୍ତି , ସଭାପତି ଶ୍ରୀ ଓମ୍ ପ୍ରକାଶ ମହତୋ ଓ ସାଧାରଣ ସମ୍ପାଦକ ଶ୍ରୀ ସୁଧିର କୁମାର ମଧ୍ୟ ଚୟନ ହୋଈଥିଲେ ।। ଢେଙ୍କାନାଳ ଜିଲ୍ଲା ସଭାପତି ଶ୍ରୀ ଅନିଲ୍ କୁମାର ଭୂତିଆ ସାଧୁବାଦ ଜଣାଇଛନ୍ତି ।




