ଶାଶୁ ଶଶୁର ସ୍ତ୍ରୀ ଛୁଆ ସୋଇଥିବା ବେଳେ ଶଶୁର ଘରେ ନିଆଁ ଲଗାଇ ଜ୍ବାଇଁ ଫେରାର।ଶଶୁର ଘରେ ନିଆଁ ଲଗାଇ ଜ୍ବାଇଁ ଫେରାର, ଏଭଳି ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲାରୁ। ଶଶୁର ଘରେ ଘର ଭିତରେ ପରିବାର ଲୋକଙ୍କୁ ଶିକୁଳି ପକାଇ ଘରେ ନିଆଁ ଲଗାଇ ଜ୍ବାଇଁ ଫେରାର ହୋଇଯାଇଥିବା ନେଇ ଅଭିଯୋଗ ହୁଏ। ସୂଚନା ଅନୁଯାୟୀ ଚମ୍ପୁଆ ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁ ରେ ଘଟିଛି ଅମାନବୀୟ ଘଟଣା। ମଙ୍ଗଳପୁର ଗାଁ ର ଶିବ ନାଏକ ଙ୍କ ପାଞ୍ଚ ଝିଅ ଥିବା ବେଳେ ଚାରି ଝିଅଙ୍କୁ ଅନ୍ୟତ୍ର ବିବାହ କରାଇଥିବା ବେଳେ ସାନ ଝିଅକୁ କେନ୍ଦୁଝର ଶଙ୍କରାପଶି ଗ୍ରାମର ଅଙ୍କୁର ସଡଙ୍ଗୀଙ୍କ ସହ ବିବାହ କରିଥିଲେ। ପୁଅ ନଥିବାରୁ ସାନ ଝିଅ ଓ ଜ୍ବାଇଁ ତାଂକ ସହିତ ମଙ୍ଗଳପୁର ଗାଁ ରେ ତାଙ୍କ ସହିତ ରହି ଆସୁଥିଲେ । ଗତ ରାତି ଜ୍ବାଇଁ ଅଙ୍କୁର ମଦ ନିଶାରେ ଘରକୁ ଆସି ଘରେ ପାଟିତୁଣ୍ଡ କରିଥିଲା । ମଦ ପିଆକୁ ନେଇ ପରିବାର ଲୋକ ସହିତ ତାଙ୍କର ପାଟିତୁଣ୍ଡ ହେଇଥିଲା । ପରେ ଖାଇପିଇ ସାରି ଅଙ୍କୁର ଗୋଟିଏ ଘରେ ଶୋଇ ଥିବା ବେଳେ ତାଙ୍କ ପତ୍ନୀ, ଅଢେଇ ବର୍ଷର ଝିଅ ଓ ଶାଶୂ ଶଶୁର ଅନ୍ୟ ଏକ ଘରେ ଶୋଇଥିଲେ । ପାଖାପାଖି ରାତ୍ରୀ ଏଗାରଟା ବେଳେ ଅଙ୍କୁର ଶାଶୂ ଶଶୁର ଶୋଇ ଥିବା କୋଠରୀରେ ଶିକୁଳି ପକାଇ ଅଙ୍କୁର ଘରେ ନିଆଁ ଲଗାଇ ଫେରାର ହେଇଯାଇଥିଲା। ପରେ ପଡିଶା ଲୋକ ନିଆଁ ଲାଗିବାରୁ ଶବ୍ଦ ଶୁଣି ଉଠି ଘର ଲୋକଙ୍କୁ ଘରୁ ବାହାର କରିବା ସହ ଅଗ୍ନି ସମ ବିଭାଗ କୁ ଖବର ଦେଇଥିଲେ। ଅଗ୍ନିସମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

April 30, 2026/
No Comments


