ବିହାର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ତା’ର ଦ୍ବିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୧୨ଜଣ ପ୍ରାର୍ଥୀଙ୍କ ନାମ ରହିଛି। ୧୨ଜଣଙ୍କ ମଧ୍ୟରେ ରହିଛନ୍ତି ବିଜେପିରେ ଯୋଗ ଦେଇଥିବା ମୈଥିଲୀ ଠାକୁର। ତାଙ୍କୁ ଅଲୀନଗରରୁ ପ୍ରାର୍ଥୀ କରାଯାଇଛି।ମୈଥିଲୀ ଠାକୁରଙ୍କ ଜନ୍ମ ବିହାରର ମଧୁବନୀ ଜିଲ୍ଲାର ବେନିପଟ୍ଟିରେ ହୋଇଥିଲା।
ସେ ସଙ୍ଗୀତ ଜଗତର ଏକ ଜଣାଶୁଣା ନାମ। ତାଙ୍କ ପିତା ରମେଶ ଠାକୁର ମଧ୍ୟ ଜଣେ ସଂଗୀତଜ୍ଞ ଏବଂ ସଙ୍ଗୀତ ଶିକ୍ଷକ। ତାଙ୍କ ମାଆ ଭାରତୀ ଠାକୁର। ମୈଥିଲୀ ଚଳିତ ବର୍ଷ ଜୁଲାଇରେ ୨୫ ବର୍ଷ ବୟସରେ ପାଦ ଦେଇଛନ୍ତି । ସେ ଜଣେ ଲୋକ ଗାୟିକା ଭାବରେ ମଧ୍ୟ ନିଜକୁ ପ୍ରତିଷ୍ଠିତ କରିଛନ୍ତି।ମୈଥିଲୀଙ୍କୁ ଅଲୀନଗରରୁ ପ୍ରାର୍ଥୀ କରାଯାଇଥିବା ବେଳେ ଡକ୍ଟର ସିଆରାମ ସିଂହଙ୍କୁ ବାଢ଼ରୁ, ପୂର୍ବତନ ଆଇପିଏସ୍ ଅଧିକାରୀ ଆନନ୍ଦ ମିଶ୍ରାଙ୍କ ବକ୍ସରରୁ, ହାୟାଘାଟରୁ ରାମଚନ୍ଦ୍ର ପ୍ରାସାଦଙ୍କୁ, ମୁଜଫରନଗରରୁ ରଞ୍ଜନ କୁମାରଙ୍କୁ, ଗୋପାଳଗଞ୍ଜରୁ ସୁବାଷ ସିଂହଙ୍କୁ, ବନିୟାପୁରରୁ କେଦାର ନାଥ ସିଂହଙ୍କୁ,ଛପରାରୁ ଛୋଟି କୁମାରୀଙ୍କୁ, ସୋନପୁରରୁ ବିନୟ କୁମାର ସିଂହଙ୍କୁ,ରୋସଡା(ଅଜାର)ରୁ ବିରେନ୍ଦ୍ର କୁମାରଙ୍କୁ, ଅଗିଆଓଁ(ଅଜା)ରୁ ମହେଶ ପାସୱାନଙ୍କୁ ଏବଂ ଶାହପୁରରୁ ରାକେଶ ଓଝାଙ୍କୁ ପ୍ରାର୍ଥୀ କରିଛି ବିଜେପି।



