ଭୁବନେଶ୍ୱର: ବିଜେଡିକୁ ଝଟକା ପରେ ଝଟକା ଲାଗୁଛି । ପ୍ରଥମେ ଜୟ ଢେ଼ାଲକିଆ ବିଜେପିରେ ମିଶିବା ପରେ ବିଜେଡିକୁ ଝଟକା ଲାଗିଥିଲା । ଏବେ ବରିଷ୍ଠ ବିଜେଡି ନେତା ଲମ୍ବୋଦର ନିଆଲ ମଧ୍ୟ ବିଜେଡିକୁ ବାଏ ବାଏ କରି ପଦ୍ମ ଧରିଛନ୍ତି । ନୂଆପଡ଼ା ରାଜନୀତିରେ ବିଜେଡି ପାଇଁ ଏହାକୁ ଏକ ବଡ଼ ଝଟକା ବୋଲି କୁହାଯାଇଛି । ଗୁରୁବାର ବିଜେପିରେ ସାମିଲ ହୋଇଛନ୍ତି ଲମ୍ବୋଦର ନିଆଲ ।
ସେ କଳାହାଣ୍ଡି ଲୋକସଭା ଆସନରୁ ବିଜେଡି ଟିକେଟରେ ଲଢ଼ିଥିଲେ ।ତେବେ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିବା ଜଣାଯାଇଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

