
*ଭାରତୀୟ ମାନକ ବ୍ୟୁରୋ ଦ୍ବାରା ଜନ ହିତରେ ଜାରି ଶପଥ ପାଠ କଲେ ଜନତା ସରକାରୀ ହାଇସ୍କୁଲର ମାନକ କ୍ଲବର ସଦସ୍ୟ*
ବରଗଡ଼::୧୮/୧୦ (ପବିତ୍ର ମେହେର)::ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ବିଦ୍ୟାଳୟର ମାନକ କ୍ଲବର ସଦସ୍ୟ ଭାରତୀୟ ମାନକ ବ୍ୟୁରୋ ଦ୍ବାରା ଜନ ହିତରେ ଜାରି ଶପଥ ପାଠ କରିଥିଲେ। ବିଦ୍ୟାଳୟର ମାନକ କ୍ଲବର ମାର୍ଗ ଦର୍ଶକ ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀଙ୍କ ସଂଯୋଜନା କ୍ରମେ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକ ବିଦ୍ୟାଳୟର ମାନକ କ୍ଳବର ସଦସ୍ୟମାନଙ୍କୁ ଶପଥ ପାଠ କରାଇଥିଲେ।

ଏଥିରେ ମାନକ କ୍ଲବର ସଦସ୍ୟଗଣ ନିଜେ ଓ ନିଜ ପରିବାରର ସମସ୍ତ ସଦସ୍ୟ ଯେପରି ଦୈନନ୍ଦିନ ଜୀବନରେ ମାନକର ବ୍ଯବହାରକୁ ପ୍ରୋତ୍ସାହିତ କରିବା ସହିତ ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇବା,ନିଜେ ଗୁଣାତ୍ମକ ଉତ୍ପାଦ ଏବଂ ସେବା ଦାବୀ କରିବା ସହ ଦେଶର ଜଣେ ଦାୟିତ୍ବବାନ ନାଗରିକ ଭାବରେ ଏ ଦିଗରେ ଜନ ସଚେତନତା ସୃଷ୍ଟି କରିବା ତଥା ଭାରତୀୟ ମାନକ ବ୍ୟୁରୋ ମାଧ୍ୟମରେ ଦେଶରେ ଚାଲିଥିବା ଗୁଣାତ୍ମକ ମିଶନରେ ସକ୍ରିୟ ଅଂଶଗ୍ରହଣ କରିବା ସହିତ ସର୍ବଦା ମାନକ ପ୍ରତି ପ୍ରତିବଦ୍ଧ ରହିବା ପାଇଁ ଶପଥ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ବୋଧରାମ ବିଶ୍ୱାଳ,ତେଜରାମ ସା,ସୁବାସ ଚନ୍ଦ୍ର ଖମାରୀ, ଅଙ୍କିତ ମହନ୍ତ,ଶ୍ରୀପତି ସାହୁ,ଶିକ୍ଷୟିତ୍ରୀ ଅନୀତା ପଧାନ ସକ୍ରିୟ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ମାନକ କ୍ଳବର ସଦସ୍ୟ ଅଂଶ ଗ୍ରହଣ କରିଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-24-scaled.jpg)

