ଢେଙ୍କାନାଳ ରେଲୱେ ପକ୍ଷ ରୁ କାଳୀ ପୂଜା ପାଳନ
ଢେଙ୍କାନାଳ : ରେଲୱେ ପକ୍ଷ ରୁ କାଳୀ ପଡିଆ ଠାରେ ୯୧ ତମ ମା ଶ୍ୟାମା କାଳୀ ଙ୍କ ପୂଜା ପାଳନ ହୋଇଯାଇଛି। ୨୦ ତାରିଖ ମଧ୍ୟ ରାତ୍ର ରେ କଳସ ପୂଜା, ମଣ୍ଡଳ ପୂଜା, ଷୋଡ଼ଶ ଉପଚାର ପୂଜା, ମା କାଳୀ ଙ୍କୁ ଚକ୍ଷୁ ଦାନ,ବିଭିନ୍ନ ପ୍ରକାରର ଫୁଲ ଓ ଫଳ, ଭୋଗ ଲାଗି ହୋଇଥିଲା । ଅଗ୍ନୀ ସଂସ୍କାର,ଚଣ୍ଡି ପୂଜା, ସପ୍ତଚଣ୍ଡି ଆହୂତି ସଭାପତି ହୃଷୀକେଶ ଗୌରା ସମ୍ପାଦକ ପ୍ରଭାତ କୁମାର ମହାକୁଡୁ କୋଷାଧ୍ୟକ୍ଷ ରଞ୍ଜିତ କୁମାର ପ୍ରଧାନ ଉପକୋଷାଧ୍ୟକ୍ଷ ପ୍ରଦୀପ କୁମାର ସ୍ୱାଇଁ ବଟ କୃଷ୍ଣ ବେହେରା ଙ୍କ ତତ୍ଵାବଧାନରେ ମା ଙ୍କ ପୂଜା ପାଳନ ହୋଇଥିଲା। ଓ ସମସ୍ତ କର୍ମକର୍ତ୍ତାଙ୍କ ସହ ଯୋଗରେ ପୂଜା ସୁରୁଖୁରୁରେ ଚାଲୁରହିଛି। ୨୪ ତାରିଖ ଦିନ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ।



