ଅନିୟନ୍ତ୍ରିତ ଟ୍ରାଫିକ ବ୍ୟବସ୍ଥା ଓ ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣା ଜଣେ ମୃତ ଜଣେ ଗୁରୁତର
ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନା ଓ ଅନିୟନ୍ତ୍ରିତ ଟ୍ରାଫିକ ବ୍ୟବସ୍ଥା ଯୋଗୁ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାର ଖଣିଜ ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଘଟିଛି ମର୍ମଦୁନ୍ତ ସଡ଼କ ଦୁର୍ଘଟଣା, ଗତ ରାତିରେ ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ କଳିଙ୍ଗ ରୋଡ଼ ସ୍ଥିତ ବଡ଼ବିଲ ନୂଆ ବସ୍ ଷ୍ଟାଣ୍ଡ ନିକଟରେ ମୋଟର ସାଇକେଲ ଓ ହାଇୱା ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ମୋଟର ସାଇକେଲ ରେ ଥିବା ବଲାଣି ଥାନା ଅନ୍ତର୍ଗତ ହରମୋଠ ଗ୍ରାମର ଦିପକ ମହାକୁଡ ଓ ଦେବାଶିଷ ଆପଟ୍ ଗୁରୁତର ଆହତ ହୋଇଥିଲେ ତାଙ୍କୁ ଉଦ୍ଧାର କରାଯାଇ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିବା ବେଳେ ଦିପକ ମହାକୁଡ କୁ ଡାକ୍ତର ମୃତ ଘୋଷଣା କରିଥିଲେ ଓ ଦେବାଶିଷ ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା। ତେବେ ଅନେକ ସମୟରେ ଦେଖାଯାଏ କି ବଡ଼ବିଲ ଥାନା ଅନ୍ତର୍ଗତ ରେ ଅନିୟନ୍ତ୍ରିତ ଟ୍ରାଫିକ ବ୍ୟବସ୍ଥା ଓ ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣା ଘଟି ଜନଜୀବନ ନଷ୍ଟ ହେଉଥିବା ବେଳେ ଆଞ୍ଚଳିକ ପ୍ରଶାସନ ଅଧିକାରୀ ସାଜିଛନ୍ତି ନିରବଦ୍ରଷ୍ଟା, ଆଉ କେତେ ମୁଣ୍ଡ ଗଡିଲେ ଆଞ୍ଚଳିକ ପ୍ରଶାସନ ଅଧିକାରୀ ଙ୍କ ନିଦ ଭାଙ୍ଗିବ । ତେବେ ଦୁର୍ଘଟଣା ପରେ ବଡ଼ବିଲ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ହାଇୱା ଓ ମୋଟର ସାଇକେଲ କୁ ଜବତ୍ କରି ତଦନ୍ତ ଚଳାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-23-scaled.jpg)

