ହଜାର ହଜାର ଲୋକଙ୍କ ଭିଡରେ ନଳିଚୁଆଁ ଗ୍ରାମ ରେ ଗିରିଗୋବର୍ଦ୍ଧନ ପୁଜା ଅନୁଷ୍ଠିତ

ଭଟଲି (ଅଭିମନ୍ୟୁ ପଧାନ):- ବରଗଡ ଜିଲ୍ଲ ଭଟଲି ବ୍ଲକ ଅନ୍ତର୍ଗତ ନଲିଚୁଆଁ ଗ୍ରାମ ରେ ଗିରିଗୋବର୍ଦ୍ଧନ ପୂଜା ମହା ଆଡମ୍ବର ସହିତ ପାଳିତ ହୋଇଯାଇଅଛି। ନଳିଚୁଆଁ ନିକଟସ୍ଥ ବାରପାହାଡ ଘେରା ଅଞ୍ଚଳ ଯାହାକି ଗ୍ରାମ ରୁ ଦୁଇ କିଲୋମିଟର ଦୁରରେ ଥିବା ପାହାଡ ଉପରେ ଅମାବାସ୍ୟା ପରଦିନ ଭଗବାନ ଗିରିଗୋବର୍ଦ୍ଧନ ଙ୍କ ପୂଜା କରାଯାଇଥାଏ। ପ୍ରଭୁ ଙ୍କ ପୂଜାରେ ଏ ବର୍ଷ କର୍ତ୍ତା ଭାବରେ ହୋମସାଗର ପଧାନ ସହଧର୍ମିଣୀ ଶୁସମା ପଧାନ ଓ ରୁପେଶ ବରିହା ସହଧର୍ମିଣୀ ସୁମନ୍ତି ବରିହା କାର୍ଯ୍ୟ ତୁଲାଇଥିବା ବେଲେ ମୁଖ୍ଯ ପୁରୋହିତ ପିଣ୍ଟୁ ମହାପାତ୍ର ତଥା ସହଯୋଗି ପୁରୋହିତ ବିକାଶ ଦାସ ଯୋଗଦେଇ ରିତି ନିତି ସହିତ ପୂଜା କାର୍ଯ୍ଯ ତୁଲାଇଥିଲେ। ନଲିଚୁଆଁ ଗ୍ରାମ ରୁ ଗିରିଗୋବର୍ଦ୍ଧନ ମନ୍ଦିର ପର୍ଯ୍ଯନ୍ତ ଯିବାପାଇଁ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ଲୋକେ ଯିବାଆସିବ କରିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ଯ ପାହାଡ ର ସୌନ୍ଦର୍ଯ୍ୟ ତଥା ଭଗବାନ ଙ୍କ ଆଶୀର୍ବାଦ ଗ୍ରହଣ କରିବା ପାଇଁ ଆଖପାଖ ଅଞ୍ଚଳର ତଥା ବହୁ ଦୂରଦୁରାନ୍ତ ଓ ଛତିଶଗଡ ରୁ ହଜାର ହଜାର ସଂଖ୍ୟକ ଲୋକମାନଙ୍କ ଭିଡ ଦେଖିବାକୁ ମିଲିଥିଲା।ଏଥିରେ ନଲିଚୁଆଁ, ତଲା ଓ ପାଖ ଗ୍ରାମ ର ଲୋକମାନେ ସହଯୋଗ କରିଥିଲେ।




