ପୁରୀ : ପୁରୀ ପୋଲିସ ପକ୍ଷରୁ ସମସ୍ତ ହୋଟେଲ ମାଲିକ, ପରିଚାଳକ ଓ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପାଇଁ ଏକ ବିସ୍ତୃତ ବୈଠକ କରାଯାଇଛି । ପୁରୀ ସହର ଓ ସମୁଦ୍ରତଟ ଅଞ୍ଚଳରେ ପର୍ଯ୍ୟଟକ ସୁରକ୍ଷା, ହୋଟେଲ ଶୃଙ୍ଖଳା, ଏବଂ ଅନଲାଇନ ଠକେଇ ରୋକିବା ଉଦ୍ଦେଶ୍ୟରେ ଏହି ବୈଠକ ହୋଇଥିଲା । ପ୍ରତ୍ୟେକ ହୋଟେଲରେ ପ୍ରବେଶଦ୍ୱାର, ପ୍ରତ୍ୟେକ ତଳ, କରିଡର, କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବା ସହ ସିସିଟିଭି ଫୁଟେଜ୍କୁ ଅତି କମରେ ୩୦ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖିବା ପାଇଁ କୁହାଯାଇଛି ।
ସମସ୍ତ ହୋଟେଲରେ ବୈଧ ଅଗ୍ନି ନିରାପତ୍ତା ଓ ବୈଦ୍ୟୁତିକ ସୁରକ୍ଷା ସର୍ଟିଫିକେଟ ରଖିବାକୁ କୁହାଯାଇଛି । ହୋଟେଲରେ ନିଯୁକ୍ତି ପାଇଥିବା ପ୍ରତ୍ୟେକ କର୍ମଚାରୀଙ୍କର ନିରୀକ୍ଷଣ କରିବାକୁ କୁହାଯାଇଛି । ପ୍ରତିଦିନ ଅତିଥି ତାଲିକା (Log Book) ରଖିବା ସହିତ ଆଧାର ସଂଖ୍ୟା ଓ ଯୋଗାଯୋଗ ନମ୍ବର ରଖିବା ଆବଶ୍ୟକ, ଅଭିଭାବକ ବିନା କୌଣସି ଅପ୍ରାପ୍ତ ବୟସ୍କ (minor) ଅତିଥିଙ୍କୁ ରଖାଯିବ ନାହିଁ । ସେହିପରି, ଚେକ୍-ଇନ ସମୟରେ ଯଦି କୌଣସି ଅତିଥି ଉପରେ ସନ୍ଦେହ ଆସେ, ସଙ୍ଗେ ସଙ୍ଗେ ସ୍ଥାନୀୟ ଆଇଆଇସିଙ୍କୁ ସୂଚନା କରିବାକୁ କୁହାଯାଇଛି । ଯଦି କୌଣସି ବିଦେଶୀ ନାଗରିକ ହୋଟେଲରେ ରହନ୍ତି, ତେବେ ତାଙ୍କ ସୂଚନା FRO ମାଧ୍ୟମରେ ଏସପି ପୁରୀ କାର୍ଯ୍ୟାଳୟକୁ ପଠାଇବାକୁ କୁହାଯାଇଛି । ପ୍ରତ୍ୟେକ ହୋଟେଲ ମାଲିକ ନିଜ ହୋଟେଲ ନାମରେ ନକଲି ୱେବସାଇଟ କିମ୍ବା ଅନଲାଇନ ଲିଷ୍ଟିଂ ଥିଲେ ନିୟମିତ ଭାବେ ଯାଞ୍ଚ କରିବାକୁ କୁହାଯାଇଛି । ଯଦି କୌଣସି ଠକେଇ ୱେବସାଇଟ ଚିହ୍ନଟ ହୁଏ, ତେବେ ସଙ୍ଗେ ସଙ୍ଗେ ସାଇବର ପୋଲିସ ଷ୍ଟେସନ ପୁରୀ (୮୨୮୦୪୯୧୩୦୦) ନମ୍ବରକୁ ଅବଗତ କରାଇବେ ।ସମୁଦ୍ରତଟ ପାଖରେ ଥିବା ହୋଟେଲମାନେ ପର୍ଯ୍ୟଟକଙ୍କୁ ସମୁଦ୍ର ସ୍ନାନ କରିବାକୁ ଗଲାବେଳେ ସତର୍କ କରାଇବେ କି ବେଶୀ ଗଭୀର କୁ ଯିବେ ନାହିଁ । ହୋଟେଲ ଆଖପାଖରେ ଯଦି କୌଣସି ଅସାମାଜିକ କାର୍ଯ୍ୟ ହୁଏ, ସଙ୍ଗେ ସଙ୍ଗେ ସ୍ଥାନୀୟ ଥାନା କିମ୍ବା ୧୧୨ ନମ୍ବରକୁ ଖବର ଦେବାକୁ କୁହାଯାଇଛି । ଏହା ସହ ପୋଲିସ ପର୍ଯ୍ୟଟକ ସହାୟତା ନମ୍ବର ୬୩୭୦୯୬୭୧୦୦ ସହ ସ୍ଥାନୀୟ ଥାନା ଯୋଗାଯୋଗ ନମ୍ବର ପ୍ରତ୍ୟେକ ଟୁରିଷ୍ଟଙ୍କୁ ଦେବାପାଇଁ କୁହାଯାଇଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

