ଛେଳି ଚୋରୀ ଉଦ୍ୟମ ପଣ୍ଡ, ପୋଲିସକୁ ଦେଖି ଫେରାର ଚୋର, ବୋଲେରୋ ଗାଡ଼ି ସହ ଛଅ ଛେଳି ଉଦ୍ଧାର
ପୋଲିସ୍ ଗାଡ଼ି କୁ ଦେଖି ଛାନିଆ ଚୋର,

କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଜଳପାପଶି ଗ୍ରାମ ନିକଟରେ ଛେଳି ଚୋରୀ କରି ଫେରାର ହେଉଥିବାବେଳେ ପୋଲିସ ପେଟ୍ରୋଲିଂ ଗାଡି ଦେଖି ଛାନିଆ ହେଇ ଭାରସାମ୍ୟ ହରାଇ ଖାଲରେ ପଶିଯାଇଥିଲା ଛେଳି ଚେlରୀକରି ଫେରାର ହେଉଥିବା ବଲେରୋ। ଗ୍ରାମବାସୀ ଙ୍କ ସହାୟତା ରେ ଗାଡିରୁ ୬ଟି ଛେଳିକୁ ଉଦ୍ଧାର କରିଛି ପୋଲିସ । ରବିବାର ମଧ୍ୟାହ୍ନରେ ବାମେବାରୀ ଅଞ୍ଚଳରୁ ଛେଳି ଚୋରୀ କରି ଏହି ବୋଲେରୋଟି ଫେରାର ହେଉଥିବାବେଳେ ଜଲପାପଶି ନିକଟରେ ପୋଲିସ ପେଟ୍ରୋଲିଂ ଗାଡିଦେଖି ଭାରସାମ୍ୟ ହରାଇ ରାସ୍ତାକଡ଼ ଖାଲରେ,ପଶିଯାଇଥିଲା,ଗାଡିରେ ଥିବା ଛେଳି ଚୋରମାନେ ସୁଯୋଗ ଦେଖି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବାବେଳେ ଗାଡିରେ ଥିବା ୬ଟି ଛେଳିକୁ ଗ୍ରାମବାସୀ ସହାୟତାରେ ଉଦ୍ଧାର କରିଛି ବାମେବାରୀ ପୋଲିସ। ଏହି ଅଞ୍ଚଳରୁ ବାରମ୍ଵାର ଛେଳି ଚୋରି ହେଉଥିବାବେଳେ ଆଜି ଏହି ବଲେରୋ ବାମେବାରୀ ପୋଲିସ ଜବତ କରିବାରେ ସଫଳ ହେଇ ଚେlରୀର ତଦନ୍ତ ଚଳାଇଛି, ତେବେ ଦେଖାଯାଉ ଆଗକୁ ତଦନ୍ତ କେତେ ଆଗକୁ ବଢୁଛି ନା ନାଲି ଫିତା ତକେ ଚାପି ହୋଇ ରହୁଛି ପୋଲିସ୍ ର ଏହି ତଦନ୍ତ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



