ବେଦାନ୍ତକମ୍ପାନୀ ର ଗେଷ୍ଟହାଉସରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ କଳିଙ୍ଗ ରୋଡ଼ ଏଲ୍ ଆଇ ସି ଅଫିସ୍ ନିକଟରେ ଥିବା ବେଦାନ୍ତ ଆଲୁମିନା କମ୍ପାନୀ ର ଗେଷ୍ଟ ହାଉସ ରେ ଠିକା ସଂସ୍ଥା କ୍ରିଷ୍ଣା ଫେସିଲିଟି ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ନେଇ ସୂଚନା। ତେବେ କେମିତି ଓ କେଉଁ ପରିସ୍ଥିତି ରେ ତାଙ୍କର ମୃତ୍ୟୁ ହୋଇଛି ତାକୁ ନେଇ ତାଙ୍କ ଘରଲୋକ ପ୍ରଶ୍ନ ଉଠାଇଛନ୍ତି, ଓ ନ୍ୟାୟ ଦାବୀ କରିଛନ୍ତି।ସେ ଉକ୍ତ ବେଦାନ୍ତ ଆଲୁମିନା କମ୍ପାନୀର ଗେଷ୍ଟ ହାଉସରେ ଅନ୍ୟ କର୍ମଚାରୀଙ୍କ ସହ ରହି ସେହିଠାରେ କାର୍ଯ୍ୟ କରୁଥିବା ବେଳେ କିଭଳି ତାଙ୍କର ମୃତ୍ୟୁ ହେଲା ଓ ତାଙ୍କ ସହ କର୍ମୀ କିପରି ଏହା ଜାଣି ପାରିନଥିଲେ ନା ମୃତ୍ୟୁ ପଛର ଅନ୍ୟ କିଛି ରହସ୍ୟ ରହିଛି, ତାହା ତଦନ୍ତ ସାପେକ୍ଷ। ତେବେ ବେଦାନ୍ତ ଆଲୁମିନା କମ୍ପାନୀ କର୍ମଚାରୀ ଓ ଠିକାସଂସ୍ଥା କ୍ରିଷ୍ଣା ଫେସିଲିଟି ର କର୍ମଚାରୀ ତାଙ୍କୁ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବଡ଼ବିଲ ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




