ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଶପଥ ପାଠ ଓ ଏକତା ଗଣ ଦୌଡ

ଅନୁଗୋଳ,ତା.୩୧.୧୦:- ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଊପଲକ୍ଷେ ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକତା ଗଣ ଦୌଡ ଓ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅକ୍ତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦେଶର, ଏକତା, ଅକ୍ଷତା ଏବଂ ସୁରକ୍ଷାକୁ ବଜାୟ ରଖୁବା ସହ ନିଜକୁ ଦେଶ ପ୍ରତି ସମର୍ପିତ କରିବା ଏବଂ ଦେଶର ଏକତା ଅକ୍ଷୁଣ୍ଣ ରଖୁବା ସହ ଆଭ୍ୟନ୍ତରିଣ ସୁରକ୍ଷା ସୁନିଶ୍ଚିତ କରିବା ନେଇ ଜିଲ୍ଲାପାଳ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଶପଥ ପାଠ କରିଥିଲେ ।

ସେହିପରି ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସକାଳ ୭ ଘଟିକା ସମୟରେ ସ୍ଥାନୀୟ ଅନୁଗୋଳ ଷ୍ଟାଡିୟମ ଠାରୁ ଏକତା ଦୌଡ (Run for Unity) ମାରାଥନ ଅନୁଷ୍ଠିତ ହୋଇଥୁଲା ଜିଲ୍ଲା ପରିଷଦର ମୁଖ୍ୟ ଊନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ, ମାନ୍ୟବର ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧୂ ଶ୍ରୀ ଦିଲେଶ୍ବର ପ୍ରଧାନ, ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଙ୍କ ପ୍ରତିନିଧ୍ ଶ୍ରୀ ସୁଦିପ ଗଡନାୟକ ଏବଂ ଅ ନ୍ୟାନ୍ୟ ଅତିଥ୍ ବୃନ୍ଦଙ୍କ ଊପସ୍ଥିତିରେ “ ଏକ୍ ଭାରତ ଶ୍ରେଷ୍ଠ ଭାରତ” ଶିର୍ଷକ ବାର୍ଭାକୁ ପ୍ରତିଫଳିତ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, କ୍ରୀଡାବିତ୍ ଓ ଜନସାଧାରଣ ଯୋଗ ଦେଇ ଅଞ୍ଛଭାରତର ଭାବନାକୁ ଊତ୍ସାହର ସହ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡା ଅଧ୍ବକାରୀ ଶ୍ରୀ ଅକ୍ଷୟ କୁମାର ସିଠ ପରିଚାଳନା କରିଥିଲେ ।




