ଭାଗବତ ପାରାୟଣ କମିଟି ପକ୍ଷରୁ ଦୀର୍ଘ ୩୫ ବର୍ଷରୁ ଉର୍ଦ୍ଧ୍ଵ ଧରି ଭାଗବତ ସଭା ଅନୁଷ୍ଠିତ

ଆଳି ବ୍ଳକ ଅନ୍ତର୍ଗତ ଦେସାହି ଗ୍ରାମ ପଞ୍ଚାୟତର ଦଣ୍ଡା ସାହି ଠାରେ ଦୀର୍ଘ ୩୫ ବର୍ଷ ଧରି ଭାଗବତ ସଭା ଅନୁଷ୍ଠିତ ହେଉଅଛି। ଚଳିତ ବର୍ଷ ୩୦ ତାରିଖରୁ ଆରମ୍ଭ ହୋଇଥିବା ଭାଗବତ ପାରାୟଣ ସଭା ୫ ତାରିଖ ରେ ଶେଷ ହେବ।

ଶୁଭାଧିବାସ, ନୃତ୍ୟ ପରିବେଷଣ,ପାଲା ପରିବେଷଣ, ନୃତ୍ୟ ପରିବେଷଣ,ବଳିଦାନ ଓ ହରିହାଟ,ଭଜନ ସଂଧ୍ୟା, ନୃତ୍ୟ ପରିବେଷଣ,ନାମହାଟ ଓ ପୂର୍ଣ୍ଣାହୁତି ଓ ପ୍ରସାଦ ଆଦି କାର୍ଯ୍ୟ କ୍ରମ ହେଉଅଛି। ସମସ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ଯୁବକ ସଂଘ ର ସଭାପତି ଶିକ୍ଷକ କମଳାକାନ୍ତ ମହାଳିକ, ସଂପାଦକ ଜ୍ଞାନ ରଞନ ପତି ଓ ସମସ୍ତ ସଦସ୍ୟ ଏବଂ ସର୍ବୋପରି ଗ୍ରାମବାସୀ ଙ୍କ ସହଯୋଗରେ ମହାସମାରୋହରେ ପାଳିତ ହେଉଅଛି।




