BREAKING-ହାତୀ ଆକ୍ରମଣରେ ସାତ ବର୍ଷରଆଦିବାସୀ ଶିଶୁ ମୃତ।ସାନଭାଇ ଗୁରୁତର।କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ଵନାଥପୁର ରେଞ୍ଜ ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତ ନିୟମଗିରି ପାଦଦେଶରେ ଥିବା କୁନ୍ନା କାଡୁ ଗାଁର କାଣୁ ମାଝୀଙ୍କ ପୁତ୍ର ରବି ମାଝୀ(୭) ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ବେଳେ ସାନଭାଇ ସାମରି ମାଝୀ(୫)ଙ୍କୁ ହାତୀ ଫିଙ୍ଗି ଦେଇଥିବା ବେଳେ ପିଠିରେ ଆଘାତ ଲାଗିଥିବା ସୂଚନା ମିଳିଛି।କାଣୁ ମାଝୀ ଆଜିକୁ ୩ ବର୍ଷ ହେଲା ହରଡାଗୁଡା ଗାଁରେ ଘର କରି ନିକଟସ୍ଥ ଜଙ୍ଗଲରେ ପଢୁଚାଷ କରୁଥିବା ବେଳେ ଆଜି ସକାଳେ ସାଢ଼େ ୮ ଘଣ୍ଟା ସମୟରେ ଦୁଇ ଭାଇ ରବି ମାଝି ଓ ସାନଭାଇ ସାମରି ମାଝୀ ନିଜ ଚାଷ ଗୁଡ଼ିଆକୁ ଯାଉଥିବା ବେଳେ ଗାଁ ନିକଟସ୍ଥ ପାଣିଟାଙ୍କି ନିକଟରେ ଏକ ଦନ୍ତା ହାତୀ ଆକ୍ରମଣ ଯୋଗୁଁ ରବିର ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି।ବର୍ତ୍ତମାନ ପର୍ଯ୍ୟନ୍ତ ବନ ବିଭାଗ କି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନଥିବା ସୂଚନା ମିଳିଛି। କଳାହାଣ୍ଡିରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ।

September 15, 2026/
No Comments


