ନୂଆପଡ଼ା: ନୂଆପଡ଼ା କୋମନା ତରବୋଡ଼ା ନିର୍ବାଚନୀ ସଭାରେ ଯୋଗଦେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ କଲେ ପ୍ରଚାର। ସଭାକୁ ସମ୍ବୋଧନ ଦେଇ ନବୀନ କହିଲେ ଯେ ବିଜେଡି ସରକାର ବେଳେ ନୂଆପଡ଼ା ବିକାଶ ସହ ଯୋଡ଼ି ହୋଇଥିଲା। ସେହି ସମୟରେ ନୂଆପଡ଼ାରେ ବିଜୁ ଏକ୍ସପ୍ରେସ୍ ୱେ ହୋଇଥିଲା, ୧୦,୦୦୦ ହେକ୍ଟର ଜମିକୁ ଜଳସେଚନ ମିଳିଥିଲା, ଚେକ୍ ଡ୍ୟାମ୍ ହୋଇଥିଲା ଓ ପିଇବା ପାଣି ମିଳିଥିଲା। ନବୀନ ଜନସାଧାରଣଙ୍କୁ ପ୍ରଶ୍ନ କଲେ ଯେ ଆପଣ କୁହନ୍ତୁ ବିଜେପି ସରକାର ଆସିବା ପରେ ଆପଣଙ୍କୁ ୩୦୦ ୟୁନିଟ୍ ବିଜୁଳି ମିଳିଛି କି? ଚାଷୀ ଭାଇମାନଙ୍କୁ ୟୁରିଆ ସାର ମିଳିଛି କି? କଟନୀ ଛଟନୀ ବନ୍ଦ ହେଲା କି? ମିସନ୍ ଶକ୍ତି ମହିଳା ମାନେ ୮ ମାସ ହେଲା ଦରମା ପାଇନାହାନ୍ତି। ଆପଣ କୁହନ୍ତୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଭଲ ନା ଆୟୁଷ୍ମାନ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-23-scaled.jpg)


